ଆୟୁର୍ବେଦିକ କାଢ଼ା ସେବନରେ ବି ଜ୍ୱରରୁ ମୁକ୍ତି ମିଳିବ

ନୂଆଦିଲ୍ଲୀ : ଆୟୁର୍ବେଦିକ କାଢ଼ା ବି ଭଲ କରିପାରେ ଜ୍ୱର ବୋଲି ଆୟୁର୍ବେଦର ଜଣେ ବିଶିଷ୍ଟ ଚିକିତ୍ସିକ ମତ ଦେଇଛନ୍ତି । ଆୟୁର୍ବେଦ ଅନୁସାରେ ଜ୍ୱର ୧୩ ପ୍ରକାରର । ସେଗୁଡ଼ିକ ହେଲା ପିତ୍ତଜ, କଫଜ, ବାତ-ପିତ୍ତଜ, ବାତ-କଫଜ, ତ୍ରିଦୋଷଜ, ଆଗନ୍ତୁଜ (ବାହ୍ୟ ଜ୍ୱର), ଶୋକାଜ (ଚିନ୍ତା ପ୍ରେରିତ), ବିଶମ୍ମା ଜ୍ୱର (ମେଲେରିଆ), କ୍ରୋଧୋଦୟ (କ୍ରୋଧ ପ୍ରେରିତ) ଆଦି ଅଟେ । କୌଣସି ବି ପ୍ରକାରର ଜ୍ୱରଠାରୁ ଆରୋଗ୍ୟ ହେବା ପାଇଁ ଆମେ ଅନେକ ପ୍ରକାରର ଔଷଧ ସେବନ କରିଥାଉ । କେତେବେଳେ କେମିତି ଆମ ଶରୀର ଔଷଧ ଦ୍ୱାରା ଏମିତି ଅଭ୍ୟସ୍ତ ହୋଇପଡେ଼ ଯେ ଔଷଧର ପ୍ରଭାବ ସମାପ୍ତ ହେଉ ହେଉ ପୁଣି ଜ୍ୱର ଆସେ । ଖରାପ ପାଣିପାଗ ଯୋଗୁଁ ଅଧିକାଂଶ ଲୋକେ ଜ୍ୱର ସମସ୍ୟା ଭୋଗିଥାନ୍ତି । ଏହି କ୍ଷେତ୍ରରେ ଆୟୁର୍ବେଦିକ କାଢ଼ାର ସେବନ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ । ଏଥିରୁ ଜ୍ୱରରୁ ବି ମୁକ୍ତି ମିଳେ । ତେବେ କାଢ଼ା ପ୍ରସ୍ତୁତ ପାଇଁ ଆୟୁର୍ବେଦ ବିଧାନ ରହିଛି, ଯାହାର ସେବନ ଦ୍ୱାରା ଇମ୍ୟୁନ ସିଷ୍ଟମ୍‌ ଖୁବ୍‌ ବଳିଷ୍ଠ ହୋଇଥାଏ । ଏହାଦ୍ୱାରା ସଂକ୍ରମଣକୁ ରୋକିବାରେ ଶରୀର ସମର୍ଥ ହୋଇପାରେ । କାଢ଼ା ପ୍ରସ୍ତୁତ ପାଇଁ ୨୦-୨୫ଟି ତୁଳସୀ ପତ୍ର, ଏକ ଛୋଟ ଅଦା ଖଣ୍ଡ, ୪-୫ଟି ଗୋଲମରିଚକୁ ଦେଢ଼ କପ୍‌ ପାଣିରେ ଫୁଟେଇ ଦେଇ ଏହାକୁ କାଢ଼ା ଭାବରେ ବ୍ୟବହାର କରାଯିବାର ବିଧି ମଧ୍ୟ ରହିଛି । ତେବେ ଏହି କାଢ଼ା ଦିନକୁ ଥରେ ପିଇବା ଠିକ୍‌ । ଆବଶ୍ୟକ ପଡ଼ିଲେ ଦୁଇ ଥର ପିଇବାକୁ ମଧ୍ୟ ପରାମର୍ଶ ଦେଇଥାନ୍ତି ଆୟୁର୍ବେଦ ବିଶେଷଜ୍ଞମାନେ ।

Leave A Reply

Your email address will not be published.