ରାଷ୍ଟ୍ରପତି ସ୍ୱୀକାର କଲେ ହର୍‌ସିମ୍‌ରତ୍‌ କୌର୍‌ ବାଦଲ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ପରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ କ୍ୟାବିନେଟ୍‌ ମନ୍ତ୍ରୀମଣ୍ଡଳରୁ ହର୍‌ସିମ୍‌ରତ୍‌ କୌର୍‌ଙ୍କ ଇସ୍ତଫାକୁ ସ୍ୱୀକାର କରି ନେଇଛନ୍ତି । ତେବେ ରାଷ୍ଟ୍ରପତି କେନ୍ଦ୍ରୀୟ ମନ୍ତ୍ରୀ ପରିଷଦରୁ ହର୍‌ସିମ୍‌ରତ୍‌ଙ୍କ ଇସ୍ତଫା ସଂବିଧାନ ଅନୁଚ୍ଛେଦ ୭୫(୨) ଅନୁସାରେ ସ୍ୱୀକାର କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ବିଚାର ବିମର୍ଷ ପରେ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଛନ୍ତି ଯେ, କ୍ୟାବିନେଟ୍‌ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କୁ ତାଙ୍କ ବିଭାଗ ସହ ଖାଦ୍ୟ ପ୍ରସଂସ୍କରଣ ଉଦ୍ୟୋଗ ମନ୍ତ୍ରଣାଳୟର ଦାୟିତ୍ୱ ମଧ୍ୟ ଦିଆଯାଉ । ଏଠାରେ ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ କ୍ୟାବିନେଟ୍‌ରୁ ନିଜର ଇସ୍ତଫା ସଂପର୍କରେ ହର୍‌ସିମ୍‌ରତ୍‌ କୌର୍‌ ବାଦଲ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଥିଲେ । ନିଜ ଟ୍ୱିଟ୍‌ରେ ସେ କହିଥିଲେ ଯେ, ମୁଁ ଚାଷୀ ବିରୋଧୀ ଅଧ୍ୟାଦେଶ ଏବଂ ଆଇନର ବିରୁଦ୍ଧାଚରଣ କରିବା ପୂର୍ବକ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଉଛି ।

Leave A Reply

Your email address will not be published.