pakka

ଖୁସି ଦାମ୍ପତ୍ୟ ଜୀବନ ପାଇଁ ଆସନ୍ତୁ କିଛି କଥା ଜାଣିବା….

l2
  • ସୁଶ୍ରୀ ସ୍ନେହଲତା

ପର୍‌ଫେକ୍ଟ ରିଲେସନ୍‌ସିପ୍‌ ଯଦି ଚାହାଁନ୍ତି, ତେବେ ବୈବାହିକ ସଂପର୍କକୁ ନିଜର ସୁସ୍ଥ ବିଚାର ଅନୁସାରେ ସମ୍ଭାଳିବା ଏକାନ୍ତ ଜରୁରୀ । ପତି-ପତ୍ନୀ ସଂପର୍କରେ ଦୁଇଟି ପାଖୁଡ଼ା ରହିଛି । ଗୋଟିଏ ହେଉଛି ଭଲପାଇବା ଏବଂ ଅନ୍ୟଟି ବିଶ୍ୱାସ । ଏହି ଦୁଇଟି ପାଖୁଡ଼ାକୁ ସ୍ୱଚ୍ଛ ଓ ପବିତ୍ର ରଖିପାରିଲେ ଦାମ୍ପତ୍ୟ ଜୀବନ ବେଶ୍‌ ମଧୁମୟ ହୋଇଥାଏ । ଆସନ୍ତୁ ଖୁସି ଦାମ୍ପତ୍ୟ ଜୀବନ ପାଇଁ କିଛି ଟିପ୍‌ସ୍‌ ଜାଣିବା ।

  • ବୈବାହିକ ଜୀବନ ଠିକ୍‌ଠାକ୍‌ ଭାବେ ପଟ୍‌ରି ଉପରେ ଚାଲିବା ଦରକାର । ଟିକିଏ ଏପଟ ସେପଟ ହେଲେ ହୁଏତଃ ସଂପର୍କରେ ବ୍ୟାଘାତ ଜନ୍ମିଥାଏ । ସବୁଠାରୁ ବଡ଼କଥା ହେଲା, ଏହି ସଂପର୍କରେ ଦୁହେଁ ଦୁହିଁଙ୍କୁ ସମ୍ମାନ ଦେବା ଏବଂ ଦୁହେଁ ଦୁହିଁଙ୍କ ସମ୍ମାନ ରକ୍ଷା କରିବା । ଏ ଦିଗ ପ୍ରତି ବେଶ୍‌ ଯତ୍ନବାନ ହେବା ଆବଶ୍ୟକ ।
  • ଦୁହିଁଙ୍କ ମଧ୍ୟରେ ବୁଝାମଣା ଠିକ୍‌ଠାକ୍‌ ରହିବା ଦରକାର । ଦରକାର ପଡ଼ିଲେ ଦୁହେଁ ଦୁହିଁଙ୍କୁ ସହିବାକୁ ପଡେ଼, ଏଥିପ୍ରତି ନଜର୍‌ ରହିବା ଉଚିତ । ବୁଝାମଣା ବିଗିଡ଼ି ଗଲେ ସଂପର୍କ ନଷ୍ଟ ହେବାକୁ ସମୟ ଲାଗି ନଥାଏ ।
  • ଦୁହେଁ ଦୁହିଁଙ୍କୁ ଶୁଣିବା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ । ଦୁହେଁ ଦୁହିଁଙ୍କ ଭାବନା ପ୍ରତି ଶ୍ରଦ୍ଧାବାନ ହେବା ନିହାତି ଦରକାର ।
  • ଛୋଟ ଛୋଟ କଥାରେ ଦୁହେଁ ଦୁହିଁଙ୍କୁ ସଂଦେହ କରିବା ସଂପର୍କ ପାଇଁ ବିପଦ ସୃଷ୍ଟି କରିଥାଏ । କୌଣସି ବିଷୟ ପ୍ରତି ବିଶେଷ ଧ୍ୟାନ ନଦେଇ ଅନୁମାନ କରି ସଂଦେହ କରିବା ଅତ୍ୟନ୍ତ ହାନୀକାରକ ହୋଇପାରେ ।
  • ଶାରୀରିକ ସଂପର୍କ ପାଇଁ ଦୁହେଁ ଦୁହିଁଙ୍କ ଇଚ୍ଛା ଅନିଚ୍ଛାକୁ ବିଶେଷ ଧ୍ୟାନ ଦେବାକୁ ହେବ । ଜୋର୍‌ ଜବର୍‌ଦସ୍ତି ସଂଭୋଗ ପ୍ରବଣତା ସଂପର୍କରେ ବାଧା ଆଣିପାରେ ।
  • ଦୁହେଁ ଦୁହିଁଙ୍କ ପରିବାରର ସଦସ୍ୟମାନଙ୍କୁ ସମ୍ମାନ ଦେବା ଓ ସେମାନଙ୍କ ଯତ୍ନ ନେବା ବିଧେୟ ।
  • ଛୋଟ ଛୋଟ କଥାରେ ଯୁକ୍ତିତର୍କ କରିବା ଦ୍ୱାରା ମନାନ୍ତର ବହୁତ ମାତ୍ରାରେ ବଢ଼ିଥାଏ । ସମବେଦନା ଓ ସମର୍ପଣ ଭାବ ବୈବାହିକ ସଂପର୍କକୁ ଆହୁରି ମଧୁମୟ କରିଥାଏ ।
pp
Leave A Reply

Your email address will not be published.

fifteen − 10 =