pakka

କିସ୍‌ର ଛାତ୍ରଛାତ୍ରୀ ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ ଏବଂ ପରୀକ୍ଷା ଖାତା ସଂଗ୍ରହ

bbehera

ପାଟଣାଗଡ, (ଗୋରେଖନାଥ ବରିହା) : ଭୁବନେଶ୍ୱର ସ୍ଥିତ ଆଦିବାସୀ ବିଶ୍ୱବିଦ୍ୟାଳୟରେ ପାଟଣାଗଡ ବ୍ଲକର ଅଧ୍ୟୟନ ରତ ଛାତ୍ରଛାତ୍ରୀ ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ଏହା ସହିତ ଆଗରୁ ଦିଆଯାଇଥିବା ପରୀକ୍ଷା ପ୍ରଶ୍ନ ପତ୍ର କିସ୍‌ ପଠାଇବା ପାଇଁ ସଂଗ୍ରହ କରାଯାଇଛି । କରୋନା ମହାମାରୀ ଜନିତ କଟକଣା ସମୟରେ ସମ୍ପୂର୍ଣ୍ଣ ନିଃଶୁଳ୍କ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ କିସ୍‌ କିଟ୍‌ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କିସ୍‌ର ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷା, ଗୁଣାତ୍ମକ ଶିକ୍ଷା, ଅନ୍‌ଲାଇନ ଶିକ୍ଷା ବ୍ୟବସ୍ଥାକୁ ଜାରି ରଖିବା କାର୍ଯ୍ୟକ୍ରମ ହାତକୁ ନେଇ ସାରା ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି । କରୋନା କଟକଣା ପରିସ୍ଥିତିରେ କିସ ଛାତ୍ରଛାତ୍ରୀ ମାନଙ୍କୁ ନିରବିଛିନ୍ନ ମାଗଣା ଶିକ୍ଷା ଦାନ ପାଇଁ କିସ୍‌ ତରଫରୁ ଅନଲାଇନ ଲାଇଭ କ୍ଲାସ ଏବଂ କଳିଙ୍ଗ ଟିଭି ମାଧ୍ୟମରେ ଲାଇଭ କ୍ଲାସ ଶିକ୍ଷା ପ୍ରଦାନ କରାଯାଉଛି । କିସ୍‌ କିଟ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଅବଦାନ ଫଳରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶୁଖିଲା ଖାଦ୍ୟ ସାମଗ୍ରୀ, ସାନିଟାଇଜର ସମସ୍ତ ବ୍ଲକରେ ବଣ୍ଟନ କରାଯାଇଛି । ଆଜି ପାଟଣାଗଡ ବ୍ଲକର କର୍ମକର୍ତ୍ତା ମାନେ ପାଠ୍ୟ ଉପକରଣ, ଶୁଖିଲା ଖାଦ୍ୟ ସାମଗ୍ରୀ, ସାନିଟାଇଜର ଇତ୍ୟାଦି ବଣ୍ଟନ କରିବାରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ, କରୋନା ମହାମାରୀ ଭୂତାଣୁ ଜନିତ ଲକ୍‌ଡାଉନ କଟକଣା ଯୋଗୁଁ ମାର୍ଚ୍ଚ ୨୦୨୦ ଦ୍ଵିତୀୟ ସପ୍ତାହରୁ ଭାରତ ତଥା ଓଡିଶାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ତେଣୁ କିସର ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ଚିନ୍ତା ସହିତ ପାଠପଢା ଅବ୍ୟାହତ ରଖିବା ପାଇଁ କିସ ଆଦିବାସୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ. ସାମନ୍ତ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ପୁସ୍ତକ ସହିତ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଆସୁଛନ୍ତି । କିସ୍‌ ତରଫରୁ ପ୍ରଦତ୍ତ ବିଭିନ୍ନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ବ୍ଲକ ସଭାପତି ଅଷ୍ଟରତ୍ନ ବରିହା, ମନବୋଧ ବରିହା, ଲଳିତ ମଲ୍ଲିକ, ଘନ ଭୋଇ, ଗିରିଧାରୀ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

two × two =