![om academy](https://koshalaprabahalive.com/wp-content/uploads/2024/05/kkkk.jpg)
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ମୁଖ୍ୟଛକ ଭାବରେ ଜଣାଶୁଣା ଭେଉଁରିଆ ଛକର ପୋଲିସ ସହାୟତା କେନ୍ଦ୍ର ନିକଟରେ ପିଏଚ୍ଡି ପାଣିଟାଙ୍କି ଚାବିଥିବା ଢାଙ୍କୁଣୀ ଆଜିକୁ କେତେ ଦିନ ହେଲାଣି ଭାଙ୍ଗିଯାଇ ଖାଲ ସୃଷ୍ଟି ହୋଇଅଛି । ଏହି ଖାଲ ଭିତରେ ପଡିଯାଇ ଛୋଟ ବଡ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ଲୋକମାନେ । ପଦ୍ମପୁର ସହର ଆଖପାଖ ଅଞ୍ଚଳର ବାଣିଜ୍ୟ କେନ୍ଦ୍ର ଅଟେ ପଦ୍ମପୁର ସହର । ବିଭିନ୍ନ ଅଞ୍ଚଳରୁ ଲୋକମାନେ ଆସି ବସରେ ଯିବା ପାଇଁ ଏଠାରେ ଅପେକ୍ଷା କରି ଥାଆନ୍ତି । ଏହି ଭଙ୍ଗା ଢାଙ୍କୁଣୀକୁ ମରାମତି କରିବା ପାଇଁ ପିଏଚ୍ଡି ବିଭାଗ କିମ୍ବା ଏନ୍ଏସିର ମଧ୍ୟ ଦୃଷ୍ଟି ପଡୁନାହିଁ । ଆଗାମୀ ସମୟରେ ଆହୁରୀ ଦୁର୍ଘଟଣା ହେବା ସମ୍ଭାବନା ଦେଖାଯାଉଛି । ତେଣୁ ଏନ୍ଏସି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଶୀଘ୍ର ମରାମତି କରିବା ପାଇଁ ଦାବୀ ହେଉଛି ।
![](https://koshalaprabahalive.com/wp-content/uploads/2022/05/d7bf33c3-701a-48db-926a-47e0412bb4a9-1024x484.jpg)