୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୧ ଅଟକ

ଜୟପୁର : ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ପୋଲିସ ଚଢାଉ କରି ୮ କ୍ବିଣ୍ଟାଲରୁ ଗଂଜେଇ ଜବତ କରିଥିବା ଜଣାପଡିଛି । ଯାହାର ଆନୁମାନିକ ବଜାର ମୂଲ୍ୟ ୪୨ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ ଟ୍ରକରେ ନଡିଆା ସହ ଗଞ୍ଜେଇ ବୋଝେଇ ହୋଇ ଔରଙ୍ଗାବାଦ ଯାଉଥିଲା । ଜୟପୁର ନିକଟସ୍ଥ ବାରିଣୀପୁଟ ଠାରେ ଅବକାରୀ ବିଭାଗ ପୋଲିସ ଟ୍ରକକୁ ଯାଞ୍ଚ କରି ସେଥିରୁ ଗଞ୍ଜେଇ ଜବତ କରିଥିଲା । ଏଥିସହ ଡ୍ରାଇଭରଙ୍କୁ ପୋଲିସ ଅଟକ ରଖିଛି । ବିଭିନ୍ନ ସମୟରେ ବିଭିନ୍ନ ଉପାୟ କରି ଗଂଜେଇ ମାଫିଆ ମାନେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରୁ ରାଜ୍ୟ ବାହାରକୁ ଗଂଜେଇ ଚାଲାଣ କରି ଆସୁଛନ୍ତି ।

Leave A Reply

Your email address will not be published.