ବଜ୍ରାଘାତରେ ଜଣେ ମୃତ ୨ ଗୁରୁତର

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଚିଲିକାରେ ମାଛ ଧରିବା ବେଳେ ବଜ୍ରାଘାତରେ ଜଣେ ମତ୍ସ୍ୟଜିବୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଚିଲିକାରେ ମାଛ ଧରୁଥିବା ବେଳେ ବଜ୍ରାଘାତ ମାରିଥିଲା । ଫଳରେ ଜଣେ ମତ୍ସ୍ୟଜିବୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ଚିଲିକା ବ୍ଲକ ସାନ-ନଈରୀ ଗାଁର ନାରାୟଣ ବେହେରା ବୋଲି ଜଣାପଡିଛି । ସେହିପରି ଅନ୍ୟ ଦୁଇ ଭାଇ ଚିଲିକା କୂଳ ନଈରୀ ପେଣ୍ଠ ନିକଟରେ ମାଛ କିଣିବା ପାଇଁ ଡଙ୍ଗାକୁ ଅପେକ୍ଷା କରିଥିବା ବେଳେ ବଜ୍ରାଘାତ ଶିକାର ହୋଇଛନ୍ତି । ଆହତ ଦୁହେଁ ହେଉଛନ୍ତି ନିକଟସ୍ଥ ହରିକୁଣ୍ଡ-ବରଡି ଗାଁର ନବୀନ ବରାଳ ଓ ବିପିନ ବରାଳ । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

10 + eighteen =