jsm

ବନ୍ଦଲା ଗ୍ରାମରେ ସଂକ୍ରାନ୍ତି ପୂଜା ପାଳିତ

csstore

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ସୋହେଲା ବ୍ଲକ ନିକଟସ୍ଥ ବନ୍ଦଲା ଗ୍ରାମରେ ପ୍ରତିମାସ ପରି ଏହି ମାସ ମଧ୍ୟ ବୃଷ ସଂକ୍ରାନ୍ତି ଦିନ ଭକ୍ତମାନଙ୍କ ଦ୍ୱାରା ଗ୍ରାମର ଭାଗବତ ଗୁଡ଼ିଠାରେ ସଂକ୍ରାନ୍ତି ପୂଜନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ପୂଜନ ସମାରୋହରେ ଦୟାସାଗର ପାଣ୍ଡେଙ୍କ ପରିଚାଳନା ଏବଂ ଦିଲିପ ସାହୁଙ୍କ ସଂଯୋଜନାରେ ଗ୍ରାମର ବିଶିଷ୍ଟ କଳାକାର ବିଶମ୍ବର ଷାଣ୍ଢ (ମାଷ୍ଟର ଟିହା) ତବଲା ବାଦକ ତରଣୀ ବାରିକ ଏବଂ ବନ୍ଦଲା ମହିଳା କୀର୍ତ୍ତନର ବିଶିଷ୍ଟ ଗାୟିକା ଦିପାଞ୍ଜଳି ଦାଶ ଭଜନ ପରିବେଷଣ କରିଥିଲେ । ଏହି ସଂକ୍ରାନ୍ତି ପୂଜା ଅବସରେ ପଦ୍ମପୁର ବୁବୁଡ଼ା ଗ୍ରାମର ବିଶିଷ୍ଟ ପ୍ରବଚକ ପରମେଶ୍ୱର ଦାଶ ପୌରାଣିକ ଉପରେ ଆଧାରିତ ପ୍ରବଚନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ସଂକ୍ରାନ୍ତି ପାଳୁଥିବା ଭକ୍ତମାନଙ୍କ ସହ ଅନ୍ନ ଭୋଗ ପ୍ରସାଦ ସେବନ କରିଥିଲେ ।

yuvodaya
Leave A Reply

Your email address will not be published.