pakka

ମେ’ ୧୬ ଓ ୩୦ରେ ସ୍କୁଲ୍‌ ଛୁଟି

bbehera

ଭୁବନେଶ୍ୱର,(କେପିଏନ୍‌ଏସ୍‌) : ମେ’ ୧୬ ଓ ୩୦ ତାରିଖରେ ସ୍କୁଲ୍‌ ଛୁଟି ରହିବ । ପିଲାଙ୍କ ପାଠପଢା ହେବନି । ବୁଦ୍ଧ ପୂର୍ଣ୍ଣିମା ଓ ସାବିତ୍ରୀ ଅମାବାସ୍ୟାକୁ ନଜରରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ ଯେ, ଗ୍ରୀଷ୍ମ ଛୁଟି ବାତିଲ୍‌ କରାଯାଇ ଏବେ ଛାତ୍ରଛାତ୍ରୀଙ୍କ ପାଠପଢା ଚାଲିଛି । ତେଣୁ ଉକ୍ତ ଦୁଇ ଦିନକୁ ଛୁଟି ଘୋଷଣା କରିବା ପାଇଁ ଓଡିଶା ମାଧ୍ୟମିକ ସ୍କୁଲ୍‌ ଶିକ୍ଷକ ସଂଘ ରାଜ୍ୟ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କରିଥିଲା । ତାହାକୁ ଦୃଷ୍ଟିରେ ରଖି ବିଭାଗ ଆଜି ଏହି ନିଷ୍ପତ୍ତି ନେଇଛି । ଚଳିତ ଶିକ୍ଷା ବର୍ଷ କ୍ୟାଲେଣ୍ଡରେ ସାମିଲ କରାଯାଇଥିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।

jay balangir
Leave A Reply

Your email address will not be published.

five × 3 =

error: Content is protected !!