ନୂତନ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲା ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ବରଗଡ ଜିଲ୍ଲା ଶାଖା

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ବରଗଡ ଜିଲ୍ଲା ତରଫରୁ ବରଗଡରେ ନୂତନ ଭାବେ ଯୋଗଦେଇ ଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପରମାର ସ୍ମିତ ପୁରୁଷୋତ୍ତମ ଦାଶଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ବରଗଡ ଜିଲ୍ଲାରେ ଘଟୁଥିବା ବିଭିନ୍ନ ଘଟଣା ଏବଂ ସମସ୍ୟା ସଂପର୍କରେ ଅବଗତ କରାଇ ଥିଲେ । ଜିଲ୍ଲାରେ ଘଟୁଥିବା ଘଟଣା ଟ୍ରାଫିକ ସମସ୍ୟା, ନିଶା କାରବାର, ଚୋରୀ ଲୁଣ୍ଠନ, ଡକାୟତି, ଦଳିତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ସ୍ମାରକପତ୍ର ପତ୍ର ପ୍ରଦାନ ସମୟରେ ସଂଘର ବରଗଡ ଜିଲ୍ଲା ସଭାପତି ଆସୁତୋଷ ରଥ, ଉପସଭାପତି କିଶନ ଲାଲ ଅଗ୍ରଓ୍ବାଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୋତିଲାଲ ବାଗ, ଉପଦେଷ୍ଟା ପରମାନନ୍ଦ ମିଶ୍ର, କୋଷାଧ୍ୟକ୍ଷ ସରୋଜ କୁମାର ନାୟକ, ମିଡିଆ ପ୍ରଭାରୀ ସୁଶୋଭନ ଦାଶ ଏବଂ ଜଗନ୍ନାଥ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.