jsm

ପଶ୍ଚିମ ଓଡିଶା କୁମ୍ଭାର ମହାସଂଘ ସ୍ତରୀୟ ସମ୍ବର୍ଦ୍ଧନା ସଭା

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାସଂଘ ସଭାପତି ପିତାମ୍ବର ରଣାଙ୍କ ଅଧ୍ୟକ୍ଷତାରେ ସମ୍ବର୍ଦ୍ଧନା ସଭା ବଲାଙ୍ଗିର ଟାଉନ ହଲଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟବକ୍ତା ଭାବେ ବସନ୍ତ ଚକ୍ରଧାରୀ, ମାଟିକଳା ବୋର୍ଡ ଛତିଶଗଡ, ସମ୍ମାନିତ ଅତିଥି ମହୀଧର ରଣା ବିଧାୟକ କଣ୍ଟାମାଲ, ମୁଖ୍ୟବକ୍ତା ଭାବେ ରଘୁରାଜ ରଣା, ଉପସଭାପତି ଦିଲିପ ରଣା, ଉପଦେଷ୍ଟା କମ୍ଭୁପାଣି ରଣା, ଅମରେନ୍ଦ୍ର ରଣା, ମହିଳା ସଭାନେତ୍ରୀ ରମ୍ଭାବତୀ ରଣା, ତିଲୋତ୍ତମା ରଣା, କୋଷାଧ୍ୟକ୍ଷ ଚକ୍ରପାଣି ରଣା, ମହାସଚିବ ଅରୁଣ ରଣା ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ଚଳିତ ନିର୍ବାଚନରେ ଜିତିଥିବା କୁମ୍ଭାର ସମାଜ ସଦସ୍ୟ ମହେନ୍ଦ୍ର ରଣା ଜିଲ୍ଲା ପରିଷଦ ସଭ୍ୟ କର୍ଲାମୁଣ୍ଡା, ଜଗତରାମ ରଣା ଉପାଧ୍ୟକ୍ଷ ଟିଟିଲାଗଡ ବ୍ଲକ, ରମ୍ଭାବତୀ ରଣା ସରପଞ୍ଚ ମନହିରା, ସୁମିତ୍ରା ରଣା, ଜ୍ୟୋସ୍ନାମୟୀ ରଣା, ପ୍ରତିମା ରଣା, ଦେବେନ୍ଦ୍ର ରଣା, ସେବତି ରଣା, କୌଶଲ୍ୟା ରଣା, କାଞ୍ଚନପ୍ରଭା ରଣା, କୁନ୍ତଲା ରଣା, ଗିତାଞ୍ଜଳି ରଣା, ପ୍ରତିମା ରଣା, ଜ୍ୟୋସ୍ନା ରଣା ସମେତ ୩୦ରୁ ଅଧିକ ସରପଞ୍ଚ ସମିତି ସଭ୍ୟଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା । ସମ୍ବର୍ଦ୍ଧନା ଅବସରରେ ସମ୍ମାନିତ ଅତିଥି ମହୀଧର ରଣା ବିଧାୟକ କଣ୍ଟାମାଲ ସମାଜର ନିମ୍ନ ବର୍ଗର ବ୍ୟକ୍ତି ବିଶେଷ ଉନ୍ନତି ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ବସନ୍ତ ଚକ୍ରଧାରୀ ଓଡିଶାରେ ମାଟିକଳା ବୋର୍ଡ ଗଠନ କରିବା ଆହ୍ୱାନ ଜଣାଇଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ସଗୁନଲାଲ ବର୍ମା ସଭାପତି ଓ.ବି.ସି. ମହାସଂଘ ଛତିଶଗଡ ଏକତ୍ରିତ ହୋଇ ଲଢେଇ ପାଇଁ ଆହ୍ୱାନ ଜଣାଇଥିଲେ । ମହାସଚିବ ଅରୁଣ ରଣା ଧନ୍ୟବାଦ ଅର୍ପଣ କରିଥିଲେ । ସହଯୋଗ କରିଥିଲେ ଅନିଲ ରଣା, ନୃପରାଜ ରଣା, ଶଶୀଭୂଷଣ ରଣା ।

yuvodaya
Leave A Reply

Your email address will not be published.