jsm

ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା : ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଶବ ରଖି କ୍ଷତି ପୂରଣ ଦାବୀ

csstore

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ସୁଲେକେଲା ଗାଁର ସ୍ନେହଶିଲା ଦଲେଇ ଓ ତାଙ୍କ ସ୍ବାମୀ ପକ୍ଷୀରାଜ ଦଲେଇ ହାଇଦ୍ରାବାଦର ଏକ ଇଟା ଭାଟିକୁ ଦାଦନ ଖଟିବା ପାଇଁ ଯାଇଥିଲେ । ସେଠାରେ କାମ କରିବା ସମୟରେ ସ୍ନେହଶିଲାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତ୍ୟୁ ହେବା ପରେ ସ୍ନେହଶିଲାଙ୍କ ଶବକୁ ଗାଁକୁ ଅଣାଯାଇ ଥିବା ବେଳେ ଗ୍ରାମବାସୀ ସହ ତାଙ୍କ ସ୍ବାମୀ ଶ୍ରମିକ ନିର୍ଯାତନା ଅଭିଯୋଗ ନେଇ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଶବ ରଖି କ୍ଷତି ପୂରଣ ଦାବୀରେ ଅଡି ବସିଛନ୍ତି । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଧାରଣା ସ୍ଥଳରେ ପାଟଣାଗଡ଼ ତହସିଲଦାର ଡ଼. ପୁଷ୍ପାଞ୍ଜଳି ପଣ୍ଡା ଜିଲ୍ଲା ଶ୍ରମ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ସହ ରେଡ଼କ୍ରସ ତରଫରୁ ୧୦ ହଜାର ଟଙ୍କା ଦେବା ସହ ଏନ୍.ଏଫ୍ .ଡି.ଏସ୍. ପାଣ୍ଠିରୁ ୧୫ହଜାର ଟଙ୍କା ଏବଂ ସର୍ଦାର ଉପରେ କାର୍ୟ୍ୟାନୁଷ୍ଠାନ ପାଇଁ ପ୍ରତିଶୃତି ଦେବା ପରେ ଧାରଣାରୁ ଓହରି ଯାଇଥିଲେ । ଏଥିରେ କୋଶଳ ମୁକ୍ତି ମୋର୍ଚ୍ଚାର ଡିଙ୍ଗର କୁମ୍ଭାର, ଅଚ୍ୟୁତ ସିପୁନ ଖମାରୀ, ଗିରିରାଜ ଭୋଇ ପ୍ରମୁଖ ସାମିଲ ହୋଇଥିଲେ ।

yuvodaya
Leave A Reply

Your email address will not be published.