ବରଗଡ ଡିଷ୍ଟ୍ରିକ୍ଟ ପ୍ରିମୀୟର ଲିଗ୍, ପ୍ରଥମ ଦିନ ଖେଳ ଅତାବିରା ବିଜୟୀ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଡିଷ୍ଟ୍ରିକ୍ଟ ପ୍ରିମୀୟର ଲିଗ୍, ବିଡିପିଏଲ – ୭ କ୍ରିକେଟ୍‌ ପ୍ରତିଯୋଗିତା ଗତକାଲି ବିଧିବଦ୍ଧ ଭାବରେ ଉଦ୍‌ଘାଟିତ ହୋଇଯାଇଥିବା ବେଳେ ପ୍ରତିଯୋଗିତାର ମ୍ୟାଚ୍ ଗୁଡ଼ିକ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ ଅତାବିରା ହୁଆଇଟ୍ ହର୍ଷ ଓ ୟୁନାଇଟେଡ଼ ଡ୍ରିମ୍ ଇଲେଭେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମ୍ୟାଚ୍‌ରେ ଅତାବିରା ହୁଆଇଟ୍ ହର୍ଷ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ । ଦଳର ଅଧିନାୟକ ମହମ୍ମଦ ସଲିମ୍‌ଙ୍କ ୧୯ ରନ୍‌, ମନୋଜ ଶର୍ମାଙ୍କ ୨୪ ରନ୍‌, ଦେବବ୍ରତ ପ୍ରଧାନ ଓ ରଣଜୀ ଖେଳାଲି ତାରିଣୀ ସାଙ୍କ ୨୪ ରନ୍‌ ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭର ରେ ସମସ୍ତ ୱିକେଟ୍‌ ହରାଇ ୧୫୪ ରନ୍‌ କରିଥିଲା । ପ୍ରତିପକ୍ଷ ଦଳର ପ୍ରୀୟାଂସୁ ଦାଶ ୨୧/୩, ପ୍ରକାଶ ମାହାନା ୩୭/୨, ବାଦଲ ନିଶାଦ ୨୨/୧,ଅମିତ୍ ସାହୁ ୨୮/୧, ସେକ ମଝରୁଦ୍ଦିନ ୨୧/୧ ୱିକେଟ୍‌ ନେଇଥିଲେ । ୧୫୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ୟୁନାଇଟେଡ଼ ଡ୍ରିମ୍ ଇଲେଭେନ ଦଳ ପିଛା କରି ୧୯.୧ ଓଭର୍‌ରେ ୧୧୨ ରନ୍‌ କରି ସମସ୍ତ ଖେଳାଲି ଆଉଟ୍ ହୋଇଯାଇଥିଲେ । ଦଳ ପକ୍ଷରୁ ପ୍ରକାଶ ମାହାନା ୪୫ ରନ୍‌, ଧରଣୀ ବାରିକ ୧୪ ରନ୍‌, ସତ୍ୟବ୍ରତ ସେଟ ୧୧ ରନ୍‌ କରିଥିବା ବେଳେ ପ୍ରତିପକ୍ଷ ଅତାବିରା ଦଳର ୧୦/୨,ସୁମିତ ରାଏ ୧୭/୨, ଆଜାଦ ପ୍ରଧାନ ୨୬/୨, ସୁଶାନ୍ତ ଗୁପ୍ତା ୧୫/୧, ମହମ୍ମଦ ଇଫ୍ଟିକାର ୧୨/୧ ୱିକେଟ୍‌ ନେଇଥିଲେ। ଫଳରେ ଅତାବିରା ଦଳ ମ୍ୟାଚ୍ କୁ ୪୩ ରନ୍‌ ରେ ଜିତି ନେଇଥିଲା । ଆଜିର ଖେଳ କୁ ପ୍ରଦୀପ ନନ୍ଦ ଓ ପ୍ରୁଥବୀରାଜ ମିଶ୍ର ଖେଳ ପରିଚାଳନା କରିଥିଲେ। ମନୋଜ ପାତ୍ର ସ୍କୋରର ଥିବାବେଳେ ଭାସ୍ୟକାର ଥିଲେ ସନ୍ତୋଷ ନାୟାର ଓ ଶୁଭମ୍ ପାତ୍ର । ମ୍ୟାଚ୍ ପରେ ପ୍ରଥମ ମ୍ୟାଚ୍‌ର ମ୍ୟାନ୍‌ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିରେ ଅତିଥି ଭାବରେ ବରଗଡ ସ୍ପାରଟନ୍ ଦଳର ଫ୍ରେଞ୍ଚାଇଜୀ ଆଇନଜୀବୀ ଦେବଦତ୍ତ ମିଶ୍ର , ମା ସମଲେଶ୍ଵରୀ ଜ୍ୱେଲର୍ଶର ସତ୍ଵାଧିକାରୀ ଦିଲିପ ଦାଶ, କୋଟା କେରିୟର ପଏଣ୍ଟ୍‌ର ବରଗଡ ସେଣ୍ଟର୍ ମୁଖ୍ୟ ବିପିନ ଗୁପ୍ତା, ମା କାଳୀ ହାଇଡ୍ରୋଲିକର ସତ୍ଵାଧିକାରୀ ସୁକାନ୍ତ ଶର୍ମା , ଜିଲ୍ଲା କ୍ରିକେଟ୍‌ ଆସୋସିଏସନ୍ ର ସଦସ୍ୟ ନବୀନ ଲାଠ ଅତିଥି ଭାବରେ ଯୋଗଦେଇ ଅତାବିରା ଦଳର ତାରିଣୀ ଶାଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ।
ଖେଳକୁ ବରଗଡ ଉପ ଜିଲ୍ଲାପାଳ ସୁଭେନ୍ଦ୍ର କୁମାର ସାମଲ ଓ ବିଦ୍ୟାସାଗର ଏକାଡେମୀର ଚେୟାରମେନ୍‌ ବଳରାମ ବିଶି ଅତିଥି ଭାବରେ ଯୋଗଦେଇ ଆଜିର ମ୍ୟାଚ୍‌ ଉଦ୍‌ଘାଟନ କରିଥିଲେ।ଏହି ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା କ୍ରିକେଟ୍‌ର ପୂର୍ବତନ ଖେଳାଲି ତଥା ଓଡ଼ିଶା ପେନାଲ୍‌ ଆମ୍ପାୟାର୍‌ ଦିବଙ୍ଗତ ୱିଲ୍‌ସନ୍‌ ସିଂ, ଜିଲ୍ଲାର ପୂର୍ବତନ ଖେଳାଲି ବିକ୍ରମ ବାଗ ଓ ଆନନ୍ଦ ପ୍ରଧାନଙ୍କୁ ସମସ୍ତ ଖେଳାଳୀ, ଅତିଥି ଓ ଦର୍ଶକ ମାନେ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।ଏହି ସମୟରେ ଜିଲ୍ଲା କ୍ରିକେଟ୍‌ ଆସୋସିଏସନ୍ରର ସଭାପତି ହରିହର ପ୍ରଧାନ, ସମ୍ପାଦକ ରବି ପଣ୍ଡା, ଉପ ସଭାପତି ଶୁଭ୍ରାଂଶୁ ମହାପାତ୍ର, ପୁର୍ବତନ ସମ୍ପାଦକ ସୁବ୍ରତ ଚାଟାର୍ଜୀ, ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡା, କୋଷାଧ୍ୟକ୍ଷ ଗୁରୁଦତ୍ତ ଦାସ, ଅମିୟ ଭୂଷଣ ସାହୁ, ଗିରିଜା ପ୍ରସାଦ ନାଥ, ପ୍ରଦୀପ ନନ୍ଦ , ସୋମ୍ୟରଞ୍ଜନ ରାଏ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.