oom

ବଲାଙ୍ଗିର ଜିଲ୍ଲା ଯାଦବ ମହାସଭାରେ ସମ୍ବର୍ଦ୍ଧନା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଠିକାଦାରପଡା ସ୍ଥିତ ଜିଲ୍ଲା ଯାଦବ ଭବନ ପରିସରରେ ଏମବିବିଏସ, ମାଟ୍ରିକ, ବିଭିନ୍ନ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ତଥା ସଫଳ ହୋଇଥିବା ଛାତ୍ରଛାତ୍ରୀ, ଯୁବକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଜି ସମ୍ବର୍ଦ୍ଧିତ ହୋଇଛନ୍ତି ଆସ୍ଥା ପରୁଆ, ସାଗରିକା ପୋଢ, ନିହାର ରଂଜନ ପୋଢ, ତୁଷାର ରଂଜନ ପୋଢ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବଲାଙ୍ଗିର ତହସିଲଦାର ମଘାବନ ବାଗ ଯାଦବ, ସମ୍ମାନିତ ଅତିଥି ଭାବେ ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ରାଜ୍ୟ ଯୁବ ଯାଦବ ସଭାପତି ମନୋଜ ହାତୀ, ପୂର୍ବତନ ଜିଲା ସମ୍ପାଦକ ଡମନ ବଗର୍ତ୍ତୀ, ଉପଦେଷ୍ଟା ସତ୍ୟ ନାରାୟଣ ବାଗ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଏଥିରେ ପୌରାଂଚଳ ସଭାପତି ପଙ୍କଜ ସେଲମା ସଭା ପରିଚାଳନା କରିଥିଲେ । ଯାଦବ ସମାଜକୁ ଆହୁରି ସଙ୍ଗଠିତ କରିବା ପାଇଁ ତଥା ଶିକ୍ଷା ଗ୍ରହଣ କ୍ଷେତ୍ରରେ ସମାଜକୁ ଆହୁରି ଆଗକୁ ନେବାକୁ ମତପ୍ରକାଶ ପାଇଥିଲା । ଏହି ସଭାରେ ସଂଦୀପ ବାଗ, ବିନୋଦ କୁମାର କାଲସାଏ, ପ୍ରଶାନ୍ତ ମହାକୁର, କୃଷ୍ଣ ଚନ୍ଦନ, ମହେନ୍ଦ୍ର ବାଗ, ବାଦଲ ମହାକୁର, ଖରତ କୁମାର ରାଉତ, ଆକୁଳ ବଗର୍ତ୍ତୀ, ଜୟଦେବ ଜାଲ, ଦିନେଶ ନାଗ, ହରିଶ ବଗର୍ତ୍ତୀ, ହୀରା ବଗର୍ତ୍ତୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.