କଣ୍ଠେଶ୍ଵରପୁରଠାରେ ସର୍ବଭାରତୀୟ ସ୍ଵାଲାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜର ସାମାଜିକ ବୈଠକ

  • ସାମାଜ ଭାଇ ଭଉଣୀମାନଙ୍କୁ କୌଣସି ଅଣ ଆଦିବାସୀ ଲୋକ ଶାରୀରିକ ମାନସିକ ଏବଂ ଜାତିଆଣ ଆକ୍ଷେପ କଲେ ତାର ଦୃଢ଼ ଭାବରେ ଜବାବ ଦେବା ପାଇଁ ନିଷ୍ପତ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଜମରତଲା ପଞ୍ଚାୟତ ଅନ୍ତର୍ଗତ କଣ୍ଠେଶ୍ଵର ଗ୍ରାମର ପ୍ରସିଦ୍ଧ ଶୈବପୀଠ ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ସର୍ବ ଭାରତୀୟ ସ୍ବାଲାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜର ଲାଟ ସଭାପତି ହୃଷିକେଶ ବରିହାଙ୍କ ସଭାପତିତ୍ୱରେ ଏକ ସଚେତନତା ସାମାଜିକ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସମାଜର ଇଷ୍ଟ ଦେବୀ ମା’ ବିନ୍ଧ୍ୟବାସନୀଙ୍କ ପୂଜାର୍ଚ୍ଚନା ସହ ସାମୂହିକ ପ୍ରାର୍ଥନା କରାଯାଇଥିଲା । ଏଥିରେ ଉପଲାଟ ସଭାପତି ତଥା ବଲାଙ୍ଗିର ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ବାଗ, ସଂପାଦକ ଆଶାରାମ ବରିହା, ବଲାଙ୍ଗିର ବ୍ଲକ ସଭାପତି କୁଶ ବରିହା, ସଂପାଦକ ଯୁଗଲ କିଶୋର ବରିହା, ଜିଲ୍ଲା ମିଡିଆ ସଂଯୋଜକ ଗୋରେଖନାଥ ବରିହା, ଖପ୍ରାଖୋଲ ବ୍ଲକ ସଭାପତି ଚନ୍ଦ୍ର ଶେଖର ବରିହା, ପାଟଣାଗଡ ସଭାପତି କିଶୋର ବରିହା, ଆଗଳପୁର ବ୍ଲକ ସକ୍ରିୟ ସଭ୍ୟ ଠାକୁର ପ୍ରସାଦ ବରିହା, ପାଇକମାଲ ବ୍ଲକ ସଭାପତି ପ୍ରେମାନନ୍ଦ ବରିହା ପ୍ରମୁଖ ଯୋଗଦେଇ ସମାଜର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ନିଶା ନିବାରଣ, ଶିକ୍ଷା, ସ୍ଵାସ୍ଥ୍ୟ, ବିଂଝାଲ ସମାଜର ସାମ୍ବିଧାନିକ ଆଇନ୍ ନୀତି ନିୟମ ଉପରେ ସଚେତନ କରାଯାଇଥିଲା । ସାମାଜିକ ଭାଇ ଭଉଣୀମାନଙ୍କୁ କୌଣସି ଅଣ ଆଦିବାସୀ ଲୋକ ଶାରୀରିକ ମାନସିକ ଓ ଜାତିଆଣ ଆକ୍ଷେପ କଲେ ତାର ଦୃଢ଼ ଭାବରେ ଜବାବ ଦେବା ପାଇଁ ସର୍ବ ଭାରତୀୟ ବିଂଝାଲ ସମାଜ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ବଲାଙ୍ଗିର ବରଗଡ଼, ଜିଲ୍ଲାର ଶତାଧିକ ସମାଜର କର୍ମକର୍ତ୍ତା ସଦସ୍ୟମାନେ ଉପସ୍ଥିତ ଥିବା ବେଳେ ହାଡ଼ୁ ବରିହା, ବିପିନ ବରିହା, କୁରେଶ୍ଵର ବରିହା, ଧୂବଲ ବରିହା ପ୍ରମୁଖଙ୍କ ସମେତ ସମସ୍ତ ସ୍ତରର କର୍ମକର୍ତ୍ତାମାନଙ୍କ ସହ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଉପଲାଟ ସଭାପତି ଚନ୍ଦ୍ର ଶେଖର ବାଗ ସଭା ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

three × five =