pakka

ଡେଲାଙ୍ଗ ବ୍ଲକରେ ୩୪୦ ନବୋଦୟ ପ୍ରବେଶିକା ପରୀକ୍ଷା ଦେଇଥିବା ବେଳେ ୪୦ଜଣ ଅନୁପସ୍ଥିତ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ପାଣୀ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ୨ଟି ପରୀକ୍ଷା କେନ୍ଦ୍ରରେ ଶନିବାର ୩୪୦ ଜଣ ପରୀକ୍ଷାର୍ଥୀ ୬ଷ୍ଠ ଶ୍ରେଣୀ ନାମ ଲେଖା ଚୟନ ପାଇଁ ଜବାହାର ନବୋଦୟ ପ୍ରବେଶିକା ପରୀକ୍ଷା ଦେଇଛନ୍ତି । ୩୮୦ଜଣ ପରୀକ୍ଷା ଦେବା ପାଇଁ ଥିବା ବେଳେ ୪୦ଜଣ ଅନୁପସ୍ଥିତ ଅଛନ୍ତି । ସରକାରୀ ଉଚ୍ଚ ବିଦ୍ୟାଳୟ, ବେରବୋଇ ପରୀକ୍ଷା କେନ୍ଦ୍ରରେ ୨୦୭ଜଣ ପରୀକ୍ଷାର୍ଥୀ ନବୋଦୟ ପ୍ରବେଶିକା ପରୀକ୍ଷା ଦେଇଛନ୍ତି, ୨୨୮ ଜଣ ପରୀକ୍ଷା ଦେବା ପାଇଁ ଥିବା ବେଳେ ୨୧ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଅଛନ୍ତି । ସେହିପରି ରାଧାକାନ୍ତ ବିଦ୍ୟାପୀଠ, ଡେଲାଙ୍ଗ ଷ୍ଟେସନ ବଜାର, ଡେଲାଙ୍ଗ ପରୀକ୍ଷା କେନ୍ଦ୍ରରେ ୧୩୩ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ୧୫୨ଜଣ ପରୀକ୍ଷା ଦେବାକୁ ଥିବା ବେଳେ ୧୯ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଯୁଧିଷ୍ଟିର କୁମାର ପରିଡା ସୂଚନା ଦେଇଛନ୍ତି । ଡହ ଡହ ଖରା ତାତିରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଯନ୍ତ୍ରଣା ଭୋଗୁଥିବା ଦେଖିବାକୁ ମିଳିଥିଲା । ସକାଳ ୮ଟାରୁ ୧୦ଟା ମଧ୍ୟରେ ପରୀକ୍ଷା ହୋଇଥିଲେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ସମସ୍ତେ ସୁରକ୍ଷିତ ରହିଥାନ୍ତେ ବୋଲି ଅଭିଭାବକ ଓ ପିଲାମାନେ ମତ ପ୍ରକାଶ କରିଥଲେ ।

jay balangir
Leave A Reply

Your email address will not be published.

six − 1 =