pakka

ଘନ ଘନ ବିଦ୍ୟୁତ ବିଭ୍ରାଟକୁ ନେଇ ଜନ ଅସନ୍ତୋଷ ବଢ଼ୁଛି

bbehera

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଓଡ଼ିଆପାଲି ଗ୍ରୀଡ୍‌ରେ ଘନ ଘନ ବିଦ୍ୟୁତ ବିଭ୍ରାଟକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । ଚଳିତ ବର୍ଷର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଲୋକେ ଡହକ ବିକଳ ହୋଇ ପଡ଼ୁଥିବା ବେଳେ ପ୍ରତ୍ୟହ ଘଡ଼ିକୁ ଘଡ଼ି ବିଜୁଳି ବିଭ୍ରାଟ ଜାରି ରହିଥିବା ଦେଖିବାକୁ ମିଳିଛି । ଏହି ଗ୍ରୀଡ୍‌ ଅଧୀନରେ ଦଶପୁର, କୁଟେନ୍‌ପାଲି, ଫଟକରା, ମହୀମୁଣ୍ଡା, ଆଠଗାଁ ଆଦି ଅଂଚଳରେ ବିଦ୍ୟୁତ ବିତରଣ ହେଉଥିବା ବେଳେ ସଂପୃକ୍ତ ଅଂଚଳ ଗୁଡ଼ିକରେ ବିଦ୍ୟୁତ ବିଭ୍ରାଟ ରୀତିମତ ବଢ଼ି ଚାଲିଥିବା ଅଭିଯୋଗ ହେଉଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

three × three =