ଆଗଲପୁର ବ୍ଲକରେ ଚୋରା ବାଲି ଚାଲାଣ ବେଳେ ତହସିଲ ବିଭାଗର ଚଢାଉ : ଟ୍ରାକ୍ଟର ଜବତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକରେ ବାଲି ଓ ପଥର ଚୋରା ଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି । ବ୍ଲକରେ ମୁଖ୍ୟତଃ ବାଲି, ପଥର, ମୋରମ ଇତ୍ୟାଦି ଅଧିକ ପରିମାଣରେ ଚୋରି ହେଉଛି । ଲୋକେ ବେଖାତିର ଭାବରେ ଚୋରି କରିବାରେ ଲାଗି ପଡିଛନ୍ତି । ତହସିଲ ଅଫିସ ତରଫରୁ ଅନେକ ଥର ଅନେକ ଜାଗାରେ ବହୁ ଚୋରା ଚାଲାଣ ଚାଲିଥିବା ଗାଡି ଗୁଡିକ ଜବତ କରି ଫାଇନ ମଧ୍ୟ ଆଦାୟ କରାଯାଇଛି । ହେଲେ ଚୋରା ଚାଲାଣ କମୁନି । ଏପରି ଏକ ଚୋରା ଚାଲାଣ ଗାଡି ଗୁଡିକୁ ତହସିଲ ବିଭାଗ ଜବତ କରିଛି । ଆଗଲପୁର ବ୍ଲକର ରୋତ, ଫଟାମୁଣ୍ଡା, ଡୁଡୁକାମୁଣ୍ଡା, ଗ୍ରାମରୁ ଚୋରା ଚାଲାଣ ହେଉଥିବା ବାଲି ବୋଝେଇ ଟ୍ରାକ୍ଟରକୁ ତହସିଲ ବିଭାଗର ସ୍ବତନ୍ତ୍ର ଟିମ୍‌ ଚଢାଉ କରି ଗାଡି ଗୁଡିକୁ ଜବତ କରିଛି । ଏହି ଟିମରେ ଆଗଲପୁର ତହସିଲଦାର ସୁଚିତା ପୁଷ୍ପା ନିଜେ ଟିମ୍‌ ସହିତ ଚଢାଉ କରି ବାଲି ବୋଝେଇ ଟ୍ରକ୍ଟରକୁ ୨୫ ହଜାର ଓ ପଥର ବୋଝେଇ ଟ୍ରାକ୍ଟରକୁ ୩୦ ହଜାର ଟଙ୍କା ଫାଇନାଲ ପକାଇଛନ୍ତି । ଜବତ ଗାଡି ନମ୍ବର ଗୁଡିକ ହେଲା ଓଡି୦୩ଡି୫୧୦୧, ଓଡି୦୩ୟୁ୭୬୮୯, ଓଡି୦୩ଡି ୨୩୮୬, ଓଡି ୧୭ ଇ ୩୫୧୭୧ ।

Leave A Reply

Your email address will not be published.