ଅବକାରୀ ବିଭାଗ ଦ୍ୱାରା ବିପୁଳ ପରିମାଣର ନକଲି ମଦ ଜବତ ସହ ୪ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅବକାରୀ ବିଭାଗ ଦ୍ୱାରା ବ୍ରହ୍ମପୁରରୁ ବିପୁଳ ପରିମାଣରେ ନକଲି ମଦ ଜବତ ହୋଇଥିବା ଜଣାପଡିଛି । ବିଭିନ୍ନ ସ୍ଥାନରେ ଚଢାଉ କରି ଏହି ମଦ ଜବତ କରିଛି ଅବକାରୀ ବିଭାଗ । ଏହା ସହ ୪ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ଅବକାରୀ ବିଭାଗ । ସୂଚନାନୁଯାୟୀ, ନକଲି ମଦ ଚାଲାଣ ବେଳେ ବ୍ରହ୍ମପୁର ଫାଷ୍ଟ୍ ଗେଟ୍ ନିକଟରେ ଚଢାଉ କରାଯାଇଥିଲା । ସେଠାରୁ ସୂଚନା ପାଇ ଆଉ ୩ଟି ସ୍ଥାନରେ ଚଢାଉ କରିଥିଲା ପୋଲିସ । ଏହି ଚଢାଉରେ ଗୋଟିଏ ଅଟୋ ଓ ଗୋଟିଏ ସ୍କୁଟିରୁ ୫୫୨ ମଦ ବୋତଲ, ୧୨ ଲିଟର ହୋମିଓପାଥିକ୍ ସ୍ପିରିଟ୍, ୨୭ ଲିଟର କେମେରାଲ୍ ସ୍ପିରିଟ୍, ୫ ହଜାରରୁ ଉର୍ଦ୍ଧ୍ଵ ଲେବେଲ୍, ୭ ହଜାରରୁ ଉର୍ଦ୍ଧ୍ଵ ବୋତଲ ଠିପି ଜବତ କରାଯାଇଛି । ଏହି ଚଢାଉରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତେବେ ଏନେଇ ଅବକାରୀ ବିଭାଗ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

Leave A Reply

Your email address will not be published.