jsm

ବ୍ରହ୍ମାକୁମାର ରାମନାଥ ଭାଇଙ୍କ ସହିତ ଆଲୋଚନା କଲେ କୁସୁମ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଗସ୍ତରେ ଆସିଥିବା ମାଉଣ୍ଟ ଆବୁ ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ରାଷ୍ଟ୍ରୀୟ ଧାର୍ମିକ ବିଭାଗ ମୁଖ୍ୟ ରାଜଯୋଗୀ ବ୍ରହ୍ମାକୁମାର ରାମନାଥ ଭାଇଙ୍କୁ ବାସନ୍ତୀ କଲୋନୀ ସ୍ଥିତ ସେବାକେନ୍ଦ୍ରରେ ସାକ୍ଷାତ କରିଥିବା ବେଳେ ତାଙ୍କ ସହିତ ସମାଜ ଓ ସଂସ୍କୃତି ସମ୍ୱନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ପଦାଧିକାରୀ ଶାନ୍ତନୁ କୁସୁମ । ଏହି ପରିପ୍ରେକ୍ଷୀରେ ଶ୍ରୀ କୁସୁମ ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାର ୧୭ ଗୋଟି ବ୍ଲକରେ ଜନ ସାଧାରଣଙ୍କ ଭିତରେ କିଭଳି ଆଧ୍ୟାତ୍ମିକ ଜାଗରଣର ଅଭାବ ରହିଛି ସେ ସମ୍ୱନ୍ଧରେ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଆଧ୍ୟାତ୍ମିକ ସାଧନାର ଅଭାବରୁ ଜିଲ୍ଲାରେ ଦିନକୁଦିନ କିଭଳି ଅସାମାଜିକ ଓ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି ସେ ସମ୍ୱନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ତା’ସହିତ ଜିଲ୍ଲାର କୋଣ ଅନୁକୋଣରେ ଆଧ୍ୟାତ୍ମିକ ଜାଗରଣ ନିମିତ୍ତ ଭିଏଚ୍‌ପି ପକ୍ଷରୁ ଚାଲିଥିବା ଅଭିଯାନକୁ କ୍ରିୟାଶୀଳ କରିବା ଦିଗରେ ବ୍ରହ୍ମାକୁମାରୀ ଅନୁଷ୍ଠାନର ସହଭାଗୀତା ଭିକ୍ଷା କରିଥିବା ବେଳେ ଉଭୟ ଅନୁଷ୍ଠାନ ଭିତରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କଲେ ସମାଜର ମଙ୍ଗଳ ସାଧିତ ହେବ ବୋଲି ନିଜ ପକ୍ଷରୁ ପ୍ରସ୍ତାବ ରଖିଥିଲେ । ବ୍ରହ୍ମାକୁମାର ରାମନାଥ ଭାଇ ମଧ୍ୟ କୁସୁମଙ୍କ ପ୍ରସ୍ତାବକୁ ଗ୍ରହଣ କରି ସମନ୍ଵୟ ରକ୍ଷାକରି କାର୍ଯ୍ୟ କଲେ ସମାଜର ଅଧିକ ମଙ୍ଗଳ ସାଧିତ ହେବ ବୋଲି ମତବ୍ୟକ୍ତ କରିଥିଲେ ।

yuvodaya
Leave A Reply

Your email address will not be published.