ଦେଓଗାଁ ସିଏଚ୍‌ସିରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଶୁକ୍ରବାର ସକାଳ ୮ଟା ସମୟରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଉଦ୍‌ଯାପିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ସୁରେନ୍ଦ୍ର ପରକିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟ ମେଳାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଦୟାନିଧୀ ଖମାରୀ ଓ ସମ୍ମାନୀତ ଅତିଥି ଭାବେ ସାସଂଦ ପ୍ରତିନିଧ୍ୟ ଅମିତ ସିଂନିନା ଉଦ୍‌ଘାଟନ କରିଥିବା ବେଳେ ବିଡିଓ ରାମଦତ୍ତ ଭୋଇ, ତହସିଲଦାର ଯୁଗଳ କିଶୋର ବିଶ୍ୱାଲ, ଏବିଇଓ ଅଜିତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଦେଓଗାଁ ବ୍ଲକର ବିଭିନ୍ନ ସ୍ଥାନରୁ ୬୬୭ଜଣ ପୁରୁଷ, ମହିଳା ଆସି ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ନେଇଥିବା ପଞ୍ଜିକରଣରୁ ଜଣାପଡ଼ିଛି । କାର୍ଯ୍ୟକ୍ରମ ପରିଚାଳନାରେ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ଶ୍ରୀମତି ସୁକାନ୍ତି ବେହେରା ସହ ସମସ୍ତ ସୁପରଭାଇଜର, ଅଙ୍ଗନୱାଡି କର୍ମୀ ସମସ୍ତ ଆଶା ମା’ମାନେ ସହଯୋଗ କରିଥିବା ବେଳେ ମଜଦୂର ସ୍ୱୟଂ ସହାୟକ ଗୋଷ୍ଠୀ ଚନ୍ଦ୍ରପୁର, ହରଗୌରୀ ଓ ସଂତୋଷୀ ସ୍ଵୟଂ ସହାୟକ ଗୋଷ୍ଠୀ ଜରାସିଂହା ଯୋଗଦେଇଥିଲେ । ଡ. ପ୍ରଦୀପ ନାୟକ (ମେଡିସିନ) ଓ ଡ. ବିଜୁ ଅଗ୍ରୱାଲ (ଶିଶୁରୋଗ ବିଶେଷଜ୍ଞ) ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ଅତିଥିମାନେ ରୋଗ ଓ ରୋଗର କାରଣ ଚିହ୍ନଟ କରି ଔଷଧ ସେବନ କଲେ ଦୂରାରୋଗ ମଧ୍ୟ ଭଲ ହୋଇଯିବ । ଅନ୍ୟପକ୍ଷରେ ନିରାମୟ ଜୀବନଯାପନ ପାଇଁ ସ୍ବାସ୍ଥ୍ୟ ପ୍ରତି ସଚେତନ ଓ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏସ୍‌ କୁମୁଦ ରଞ୍ଜନ ନାୟକ ପରିଚାଳନା କରିଥିଲେ ।

Leave A Reply

Your email address will not be published.