ଛତ୍ରପୁର ବ୍ଲକ୍ ଉପାଧ୍ୟକ୍ଷା ଏସ୍‌. ଶାରଦା ରେଡ୍ଡୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମାରେ ଆବସ୍ଥାପିତ ଛତ୍ରପୁର ପଞ୍ଚାୟତ ସମିତିର ଉପାଧ୍ୟକ୍ଷା ପଦବୀ ବୁଧବାର ପୂରଣ ହୋଇଛି । ଛତ୍ରପୁର ବ୍ଲକ୍ ବଡମାଧପୁର ସମିତିସଭ୍ୟା ତଥା ବିଜେଡି ନେତ୍ରୀ ଏସ୍‌. ଶାରଦା ରେଡ୍ଡୀ ଏହି ପଦବୀ ମଣ୍ଡନ କରିଛନ୍ତି । ଶ୍ରୀମତୀ ରେଡ୍ଡୀ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ବିଜେଡି ନେତା ଏସ.କିଶୋର ରେଡ୍ଡୀଙ୍କ ସହଧର୍ମିଣୀ ଅଟନ୍ତି । ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ସେ ନିର୍ବାଚିତ ହେବା ପରେ ବିଭିନ୍ନ ମହଲରେ ତାଙ୍କୁ ଶୁଭେଚ୍ଛାର ବାର୍ତ୍ତା ଆସିଥିବା ସାଂଗକୁ ଦଳୀୟ ସାଂଗଠନିକ ତରଫରୁ ମଧ୍ୟ ତାଙ୍କୁ ବ୍ଲକ୍ କାର୍ଯ୍ୟାଳୟରୁ ପାଛୋଟି ଅଣାଯାଇ ପୁଷ୍ପଗୁଚ୍ଛ ଓ ପୁଷ୍ପମାଳ ଦେଇ ସ୍ୱାଗତ କରିଥିଲେ । ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ତାଙ୍କ ସମର୍ଥକଙ୍କ ଗହଣରେ ବୁଧବାର ଛତ୍ରପୁର ସହର ପରିକ୍ରମା ହୋଇଥିଲା ।

Leave A Reply

Your email address will not be published.