ପୋଖରୀ ସୁଖି ଆଁ : ଗାଧୋଇବା ପାଇଁ ଲୋକେ ହଟହଟା, ମୁଲାବସା କେନାଲ ପାଣି ସାହା ଭରସା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସିଂଙ୍ଗଝର ପଞ୍ଚାୟତ ସୋନବରସା ଗ୍ରାମରେ ଥିବା ଛୋଟିବୁଡି ବନ୍ଧ ପୋଖରୀ ଆଜିକୁ ୨ମାସ ହେଲା ସୁଖି ଯାଇ ପୋଖରୀ ମାଟି ଆଁ କରିଥିବା ଦେଖିବାକୁ ମିଳିଛି। ଫଳରେ ସୋନବରସା ଗ୍ରାମର ମାଝିପଡା ଓ ରାଉତପଡାରେ ବସବାସ କରୁଥିବା ୩ଶହରୁ ଅଧିକ ଲୋକେ ସ୍ଥାନୀୟ ମୁଲାବସା ଡେମ୍‌ର କେନାଲ ପାଣି ଗାଧୋଇବା ପାଇଁ ପାଖାପାଖି ୨ କିଲୋମିଟର ଦୂରକୁ ଯାଉଥିବା ଜଣାପଡିଛି । ପ୍ରକାଶ ଯୋଗ୍ୟ ଯେ, ଉକ୍ତ ବନ୍ଧର ପାଣି ୨ ମାସ ହେଲା ସୁଖି ମାଟି ଆଁ କରିଛି । ହେଲେ ଏଠାରେ କୌଣସି ନଇଁ ନାଲା ନଥିବାରୁ ଚହଲା ଖନନ ହୋଇପାରୁ ନାହିଁ । ଏଣୁ କରି ସ୍ଥାନୀୟ ମୁଲାବସା ଡେମ୍‌ କେନାଲ ପାଣି ଗାଧୋଇବାକୁ ବାଧ୍ୟ ହୋଇ ଯାଉଥିବା ଲୋକେ ପ୍ରକାଶ କରୁଛନ୍ତି । ଏହି ପୋଖରୀରେ ପ୍ରଶାସନ ତରଫରୁ ଅଧିକ ମାତ୍ରାରେ ଯଦି ମାଟି ଖନନ କରାଯାଏ ତେବେ ପୋଖରୀରେ ପାଣି ରହିବ ନହେଲେ ରହିବନି । କାରଣ ପୋଖରୀର ୨ ପାଖରେ ପୋଖରୀରୁ ଅଧିକ ଖାଲଖମା ରହିଛି । ଯାହା ଫଳରେ ପାଣି ଶୀଘ୍ର ସୁଖି ଯାଉଥିବା ସ୍ଥାନୀୟ ବୁଦ୍ଧିଜୀବୀ ମାନେ ପ୍ରକାଶ କରୁଛନ୍ତି । ପ୍ରଶାସନ ତରଫରୁ ଯଦି ଏହାର ଉଚିତ୍ ପଦକ୍ଷେପ ନ ନିଆଯିବ ତେବେ ଆଗକୁ ଆହୁରି ଘୋର ଅସୁବିଧାର ସମ୍ମୁଖିନ ହେବାକୁ ପଡିବ ବୋଲି ଜଣାପଡିଛି । ହେଲେ ଚଳିତ ବର୍ଷ ଖରା ତାତି ପ୍ରଚଣ୍ଡ ବଢିବା ଯୋଗୁିଁ ପ୍ରଶାସନ ତରଫରୁ ଏହାର ଉଚିତ୍ ପଦକ୍ଷେପ ନେଇ ଗ୍ରାମବାସୀଙ୍କ ପାଇଁ ଗାଧୋଇବାର ସୁବ୍ୟବସ୍ଥା କଲେ ଭଲ ହେବ ବୋଲି ସାଧାରଣରେ ଦାବୀ ହେଉଛି । ଏନେଇ ସ୍ଥାନୀୟ ସରପଞ୍ଚ କହଲସିଂ ବାଗଙ୍କୁ ପଚାରିବାରୁ ଆଗକୁ ଯେପରି ଉକ୍ତ ବିଷୟର ସୁବ୍ୟବସ୍ଥା ହୋଇପାରିବ ତାହାର ଉଚିତ୍ ପଦକ୍ଷେପ ନେବୁ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.