ଓଲଟିଲା ପିକ୍‌ଅପ୍‌, ୧୫ ଶ୍ରମିକ ଆହତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼-ବଲାଙ୍ଗିର ରାସ୍ତାର ବରପାଲି ବ୍ଲକ ଧାଙ୍ଗେରପାଲି ବୁଲାଣିରେ ଆଜି ସକାଳୁ ଏକ ଦୁର୍ଘଟଣା ଘଟି ଶ୍ରମିକ ମାନେ ଆହତ ହୋଇଛନ୍ତି । ଉକ୍ତ ବୁଲାଣିରେ ଏକ୍‌ ପିକଅପ୍‌ ଭ୍ୟାନ (ନଂ-ଓଆର୍‌୧୦୩୭) ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ସେଥିରେ ବସିଥିବା ୧୫ ଶ୍ରମିକ ଆହତ ହୋଇଛନ୍ତି । ପିକ୍‌ଅପ୍‌ ଗାଡିଟି ବରପାଲିରୁ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଆଡ଼କୁ ଯାଉଥିଲା । ଧାଙ୍ଗେରପାଲି ବୁଲାଣିରେ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକେ ସମସ୍ତ ଆହତଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ହସ୍ପିଟାଲକୁ ପଠାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.