ପ୍ରଥମେ ପ୍ରେମ, ତାପରେ ଧୋକାଦେଲା ପ୍ରେମିକ

ଗଂଦିଆ, (ତାପସ ଦାସ) : ପ୍ରଥମେ ପ୍ରେମ, ତାପରେ ଧୋକାଦେଲା ପ୍ରେମିକ । ଏଭଳି ଏକ ଘଟଣା ଅଜି ଦେଖିବାକୁ ମିଳିଛି । ଆଜିକୁ ପ୍ରାୟ ଚାରି ବର୍ଷ ପ୍ରେମରେ ପଡିଛି ଏଭଳି ମୋହର । ପ୍ରେମିକାକୁ ଛାଡି ପ୍ରେମିକ ଫେରାର । ପୁଅ ଘର ଆଗରେ ନ୍ୟାୟ ପାଇଁ ବସି ଫେଲ୍‌ ମାରିବା ପରେ ପ୍ରେମିକା ଏବେ ଥାନାର ଦ୍ୱାରସ୍ଥ । ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଂଦିଆ ଥାନା ଅନ୍ତର୍ଗତ ବନବାସପୁର ଗ୍ରାମରେ । ସେହି ଗ୍ରାମର ସରୋଜ ସାହୁ (ପିତା- ବଛ ସାହୁ) ସେହି ଗ୍ରାମର ରୂପାଲୀ ସାହୁଙ୍କୁ ଚାରି ବର୍ଷ ହେବ ଭଲ ପାଉଥିଲେ । କିନ୍ତୁ ଦୁହିଁଙ୍କର ପରିବାର ଏଥିପାଇଁ ସହମତ ନହେବାରୁ ଘରୁ ପଳାଇବାକୁ ନିଷ୍ପତି ନେଇଥିଲେ ଦୁହେଁ । ଚଳିତ ମାସ ୪ ତାରିଖରେ ପ୍ରେମିକ ସରୋଜ ରୂପାଲୀଙ୍କୁ ନେଇ ଫେରାର ହୋଇଥିଲା । ଦୁହେଁ ଯାଇ ସରୋଜର ମାଉସୀ ଘରେ ଗୋଟାଏ ରାତି ରହି ଘରକୁ ଫେରିଥିଲେ । କିନ୍ତୁ ଧୋକେବାଜ ପ୍ରେମିକ ସରୋଜ, ରୂପାଲୀଙ୍କୁ ନିଜ ଘରେ ଛାଡି ଫେରାର ହୋଇଥିବା ଜଣାପଡିଛି । କିନ୍ତୁ ରୂପାଲୀଙ୍କୁ ସରୋଜର ପରିବାର ଲୋକେ ଗ୍ରହଣ କରିନାହାନ୍ତି । ଏବେ ନ୍ୟାୟ ନ ପାଇ ସ୍ଥାନୀୟ ଗଂଦିଆ ଥାନାରେ ଦ୍ୱାରସ୍ତ ହୋଇଛନ୍ତି ରୂପାଲୀ ।

Leave A Reply

Your email address will not be published.