୧୦୦ ଟଙ୍କିଆ ବଣ୍ଡଲ ପକାଇ ବନ କର୍ମଚାରୀଙ୍କଠାରୁ ୧୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ଉଦିତନଗର ଥାନା ଫୁଡ଼ କୋର୍ଟ ନିକଟରୁ ଲୁଟେରାମାନେ ୧୦୦ ଟଙ୍କିଆ ବଣ୍ଡଲ ପକାଇ ବନ କର୍ମଚାରୀଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଉଦିତନଗର କାନାରା ବ୍ୟାଙ୍କରୁ ବନ ବିଭାଗର କର୍ମଚାରୀ ଦାଶରଥୀ ସେନ ୧୨ ଲକ୍ଷ ଉଠାଇ ବାଇକରେ ଅଫିସକୁ ଯାଉଥିଲେ । ଫୁଡ କୋର୍ଟ ନିକଟରେ ପଛ ପଟୁ ଦୁଇ ଯୁବକ ବାଇକରେ ପଛପଟୁ ଯାଇ ୧୦୦ ଟଙ୍କିଆ ବଣ୍ଡଲ ପକାଇ ଦାଶରଥି ସେନଙ୍କୁ କହିଥିଲେ ତମ ଟଙ୍କା ପଢ଼ିଛି । ଦାଶରଥି ବାଇକରୁ ଓହ୍ଲାଇ ୧୦୦ ଟଙ୍କିଆ ବଣ୍ଡଲ ଗୋଟାଇବା ବେଳେ ଦାଶରଥୀଙ୍କ ଟଙ୍କା ବ୍ୟାଗ ସହ ୧୦୦ ଟଙ୍କିଆ ବଣ୍ଡଲ ଧରି ଦୁର୍ବୃତ୍ତ ଫେରାର ହୋଇ ଯାଇଥିଲେ । ଉଦିତ ନଗର ଥାନାରେ ଦାଶରଥୀ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.