oom

ବ୍ଲକସ୍ତରୀୟ ଶ୍ରେଷ୍ଠ ଅଧିକ୍ଷକ ଭାବେ ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ପୁରସ୍କୃତ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ୟ ମିଶନ ତରଫରୁ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସଫଳତା ପାଇଁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ବିଭିନ୍ନ ବିଭାଗକୁ ପ୍ରଶଂସା ତଥା ପୁରସ୍କୃତ କରାଯାଉଛି । ଜିଲ୍ଲାରେ ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପାଦନ କରି କାର୍ଯ୍ୟକ୍ରମର ଆଭିମୁଖ୍ୟକୁ ପୁରଣ କରିଥିବା ବ୍ଲକସ୍ତରୀୟ ସ୍ବାସ୍ଥ୍ୟ ଅଧିକାରୀ ଭାବେ ଖଣ୍ଡଦେଉଳି ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସୋମ୍ୟକାନ୍ତ ମହାପାତ୍ରଙ୍କୁ ଜିଲ୍ଲା ସ୍ଵାସ୍ଥ୍ୟ ମିଶନ ତରଫରୁ ଶ୍ରେଷ୍ଠ ଅଧିକ୍ଷକ ଭାବେ ସମ୍ମାନିତ କରାଯାଇଛି । ଡ଼ାକ୍ତର ମହାପାତ୍ରଙ୍କୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଉମାକାନ୍ତ ମିଶ୍ର, ଜାତୀୟ ସ୍ବାସ୍ଥ୍ୟ ମିଶନର ଜିଲ୍ଲା ପକଳ୍ପ ଅଧିକାରୀ ଶ୍ୟାମସୁନ୍ଦର ତ୍ରିପାଠୀ ଏବଂ ଅନ୍ୟ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ପ୍ରମୁଖ ଏକ ଜିଲ୍ଲାସ୍ତରୀୟ ଉତ୍ସବରେ ପୁରସ୍କୃତ କରିଛନ୍ତି । ଏହି ପୁରସ୍କାର ପାଇବା ଫଳରେ ଡାକ୍ତରଙ୍କୁ ଅଞ୍ଚଳର ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ଗଞ୍ଜାମ ଅଞ୍ଚଳର ଅଗ୍ରଣୀ ସ୍ବେଛାସେବୀ ଯୁବ ସଂଗଠନ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ସମ୍ପାଦକ ଦୀପକ କୁମାର ସାହୁ, କୈଳାସ ଚନ୍ଦ୍ର ସେଠୀ, କାହ୍ନା ଗୌଡ, ବି ଦେବାଶିଷ ରେଡ଼ି, ଦୀପକ ଗୌଡ ପ୍ରମୁଖ ଡାକ୍ତରଙ୍କୁ ଭେଟି ଉପଢୌକନ ଓ ଫୁଲଚାରା ଦେଇ ଶୁଭେଚ୍ଛା ଜଣାଇଛନ୍ତି ।

jittmm
Leave A Reply

Your email address will not be published.