ସ୍କୁଲ ଛାତ୍ରଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଲର୍କା ଗ୍ରାମ ପଞ୍ଚାୟତ ସ୍ଥିତ ଅନକାପୁର ଗ୍ରାମର ଏକ ସ୍କୁଲରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା କଥା ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ ଯେ, ସେହି ଗ୍ରାମର ତେଜରାଜ ନାଏକ ବୟସ (୧୨) ଆତ୍ମହତ୍ୟା କରିଥିବା ଖବର ମିଳିଛି । ଦିନ ୧୨ ଟାରୁ ୧ଟା ଭିତରେ ବାପା ନିଜ ବେପାର ନେଇ ବାହାରକୁ ବାହାରି ଥିବା ବେଳେ ମା’ ଜମି କାମରେ ନିଜ ବିଲକୁ ଯାଇଥିଲେ । ଘରେ ରହିଥିଲେ ଦୁଇ ଭାଇ ତେଜରାଜ ଓ ସାନ ଭାଇ । ତେଜରାଜକୁ ତାଙ୍କ ସାନଭାଇ ଖେଲିବା ପାଇଁ ଯିବାକୁ ଡାକିଥିଲେ । କିନ୍ତୁ ତେଜରାଜ ମୋର ଇଚ୍ଛା ନାହିଁ ତୁ ଯା ବୋଲି ସାନ ଭାଇକୁ ମନା କରି ଦେଇ ସେ ଘରେ ରହିଥିଲେ । ପରେ କିଛି ସମୟ ପରେ ସାନ ଭାଇ ଖେଳି ସାରି ଘରକୁ ଆସିବା ପରେ ଦେଖିଥିଲା ଛାତି ଥରା ଦୃଶ୍ୟ । ବଡ଼ ଭାଇର ଆତ୍ମହତ୍ୟା କରିଥିବା ଚିତ୍ର ଦେଖି ଚିତ୍କାର କରିବା ପରେ ସ୍ଥାନୀୟ ଲୋକମାନେ ସେହି ସ୍ଥାନକୁ ପହଞ୍ଚି ଦେଖିଥିଲେ । ପରେ ବୋଡେନ ଥାନା ଅଧିକାରୀଙ୍କୁ ଯୋଗାଯୋଗ କରିବା ପରେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବୋଡେନ ଗୋଷ୍ଟୀ ସ୍ୱାସ୍ଥକେନ୍ଦ୍ରକୁ ପଠାଇ ଥିଲେ । ସେଠାରେ ଛାତ୍ର ଜଣଙ୍କୁ ମୃତ ଘୋଷଣା କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି । ଉକ୍ତ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଜଣାପଡିଛି ।

Leave A Reply

Your email address will not be published.