oom

ପାଟଣାଗଡ କୋସଲି ଡେରା ପକ୍ଷରୁ କୋସଲି ଭାଷାକୁ ସମ୍ବିଧାନିକ ମାନ୍ୟତା ଦେବୀରେ ଗଣଧାରଣା

jsmm

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ କୋସଲି ଡେରା ତରଫରୁ କୋସଲି ଭାଷାର ସମ୍ବିଧାନିକ ମାନ୍ୟତା ଦାବୀରେ ଏକ ଗଣଧାରଣା କଚେରୀ ଛକଠାରେ ଅନୁଷ୍ଠିତ ହୋଇଯାଇଛି । ଚାରି ଦଫା ଦାବୀ ନେଇ ସଭାପତି ଭକ୍ତବନ୍ଧୁ ବିଶ୍ଵାଳ, ସଂପାଦକ ଲାଲଚନ ବର୍ଗତ୍ତି, ସନ୍ତୋଷ କୁମାର ଦାସ, ସୁରୁଚି ମିଶ୍ର, ସଂଯୁକ୍ତା ପରିଛା, ଗୌରୀ ରାଉତ, ସଂଯୁକ୍ତା ମେହେର, ରୁଦ୍ରମଣୀ ମେହେର, ପ୍ରହ୍ଲାଦ ସାହୁ, ଶୁସିଲ କୁମାର ଗୁରୁ, କ୍ଷରୋଦ୍ର କୁମାର ସାହୁ ଙ୍କ ସମେତ ଅନେକ ସାହିତ୍ୟ ପ୍ରେମୀ ଗଣଧାରଣା ରେ ସାମିଲ ହୋଇଥିଲେ ।ଓଡିଶା ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯିବା ପାଇଁ ଦସ୍ତଖତ ଅଭିଯାନ କରାଯାଇଥିଲା । କୋଶଳ ସମନ୍ୱୟ ସମିତିର ସଭ୍ୟ ମାନେ ଏ ଅବସରରେ ସମର୍ଥନ ଜଣାଇଥିଲେ । କୋଶଲି ସଂଗ୍ରାମୀ ତଥା ଧୁମାଭଟା ସରପଞ୍ଚ ବନମାଳୀ ନାଏକଙ୍କୁ ଏ ଅବସରରେ ସମ୍ମାନିତ କରାଯାଇଥିଲା । ସନ୍ତୋଷ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.