ମର୍ମନ୍ତୁଦ ସଡକ ଦୁର୍ଘଟଣା, ଯୁବକ ମୃତ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଫାଣ୍ଡି ଅଧିନ ବଜରାପୁର ଗାଁରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ମୃତ ଯୁବକ ଜଣକ ବଜରାପୁର ଗ୍ରାମର ବାବାଜୀ ମହାଳିକଙ୍କ ସାନପୁଅ ହେମନ୍ତ ମହାଳିକ ବୋଲି ଜଣାପଡିଛି । ସୂଚନାନୁଯାୟୀ, ବୁଧବାର ସନ୍ଧ୍ୟା ସମୟରେ ହେମନ୍ତ ମହାଳିକ ଘଣ୍ଟେଶ୍ୱର ବଜାରକୁ ବାଇକ ଯୋଗେ ଯାଉଥିବା ବାଟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ି ଥିଲା । ଫଳରେ ହେମନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । କିଛି ସମୟ ପରେ ସେହି ରାସ୍ତା ଦେଇ ଯାଉଥିବା ଟିଉସନ ଛାତ୍ରଛାତ୍ରୀମାନେ ଏହା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଉଠାଇବା ସହିତ ହେମନ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡ଼ିକାଲକୁ ପଠାଇଥିଲେ । ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ହେଲେ କଟକ ଯିବା ବାଟରେ ହେମନ୍ତଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

Leave A Reply

Your email address will not be published.