jsm

ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ମାତୃ ବିୟୋଗ

csstore

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ମହକୁମା ଛତ୍ରପୁରରେ ଅବସ୍ଥାପିତ ଅବସରପ୍ରାପ୍ତ ଡ଼ିଏସ୍‌ପି ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ମାତୃ ମାଣିକ୍ୟ ଦେବୀଙ୍କ ୮୮ ବର୍ଷ ବୟସରେ ଗତ ୨୯ ତାରିଖ ପ୍ରତ୍ୟୁଷ ୩ ଘଣ୍ଟା ୩୦ ମିନଟ୍‌ ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ ଜ୍ୟେଷ୍ଠ ପୁତ୍ର ଅବସରପ୍ରାପ୍ତ ବାୟୁସେନାର ପ୍ରଫୁଲ୍ଲ ପଟ୍ଟନାୟକ, ଅବସରପ୍ରାପ୍ତ ଡ଼ିଏସ୍‌ପି ଚନ୍ଦ୍ରଶେଖର ପଟ୍ଟନାୟକ, ପ୍ରତାପ ପଟ୍ଟନାୟକ, ଭବାନୀ ଶଙ୍କର ପଟ୍ଟନାୟକ, କନ୍ୟା କ୍ରିଷ୍ଣା ପଟ୍ଟନାୟକ, ସନ୍ଧ୍ୟାରାଣୀ ପଟ୍ଟନାୟକଙ୍କ ସମେତ ପୁଅ ବୋହୂ, ନାତି ନାତୁଣୀ ପ୍ରମୁଖ ତାଙ୍କର ୫୨ଜଣ ପରିବାର ସମବେତ ହୋଇଥିଲେ । ସ୍ୱର୍ଗତ ମାଣିକ୍ୟ ଦେବୀଙ୍କ ସ୍ୱାମୀ ସ୍ୱର୍ଗତ ଭରତ ପଟ୍ଟନାୟକ ଓ ତାଙ୍କର ସମସ୍ତେ ପ୍ରାୟ ପୋଲିସ ବିଭାଗର ଅଟନ୍ତି । ସ୍ୱର୍ଗତ ମାଣିକ୍ୟ ଦେବୀ ଜଣେ ନିଃସ୍ୱାର୍ଥପର, ପରୋପକାରୀ, ଧାର୍ମିକ ଓ ଧର୍ମପରାୟଣ ବୃଦ୍ଧା ଭାବେ ପରିଚିତ । ତାଙ୍କ ବିୟୋଗ ଖବର ଶୁଣି ତାଙ୍କ ବାସଭବନ ନାନେୟାପେଟ୍ଟା ସାହି ତଥା ପୁରୁଣା ପୋଲିସ ଲାଇନରେ ବହୁ ପୋଲିସ ବିଭାଗୀୟ ଅଧିକାରୀ, ପୋଲିସ କର୍ମଚାରୀଙ୍କ ଯୋଗଦାନ ହୋଇଛି । ତାହାଙ୍କ ବିୟୋଗରେ ଏହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

yuvodaya
Leave A Reply

Your email address will not be published.