csstore

କଣ୍ଟାମାଲ ବ୍ଲକ ମିଳିତ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ମିଳିତ ଶିକ୍ଷକ ସଂଘର ସ୍ୱମନ୍ୱୟ ବୈଠକ ସଂଘର ସଭାପତି ନିଲାଞ୍ଚଳ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ବୌଦ୍ଧ ଜିଲ୍ଲା ଓଷ୍ଟାର ଯୁଗ୍ମ ସଂପାଦକ ଲକ୍ଷ୍ମଣ ମହାପାତ୍ର ଅନ୍ୟତମ ଅତିଥି ଭାବେ ବରିଷ୍ଠ ଶିକ୍ଷକ ଲୋକନାଥ ପାଢ଼ୀ ଯୋଗ ଦେଇଥିବା ବେଳେ ସଂଘର ସାଧାରଣ ସମ୍ପାଦକ ଶିଶିର ଖଟୁଆ, ଉପସଭାପତି ଅନିତା ମେହେର, ଯୁଗ୍ମ ସମ୍ପାଦିକା ପ୍ରଜିନା ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଯୁଗ୍ମ ସଂପାଦକ ରଂଜୁ ଅମାତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ନାଏକ, ରୂପାସିଂ ଖେତୀ, କେଶବ ପ୍ରଧାନ, ଶଶାଙ୍କ ପୋଢ଼, ନୈରାସ ସୁନା, ରାଜେଶ ନାଏକ, ସୁକଦେବ ମହାଳିକ, ରଂଜିତ ରଣା, ରାଜେନ୍ଦ୍ର ନାଏକ, ରହିତାସ୍ବ ମଲିକ, ହୃଦାନନ୍ଦ ଦନ୍ତା, ଯୁଧିଷ୍ଠିର କଁହର, ସ୍ୱାଧୀନ ସାହୁ, ଅକୁର ହରିପାଳ, ଗୋବିନ୍ଦ ରଣା, ଦେବନନ୍ଦ ବେହେରା ପ୍ରମୁଖ ଯୋଗଦେଇ ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ଦୀର୍ଘଦିନ ହେବ ବ୍ଲକରେ ଜଣେ ସ୍ଥାୟୀ ବିଇଓ ନଥିବାରୁ ସ୍ଥାୟୀ ବିଇଓ ନିଯୁକ୍ତ ପାଇଁ ତୁରନ୍ତ ଦାବୀ କରାଯିବା ସହ ଏକ ସ୍ଥାୟୀ ବିଇଓ କାର୍ଯ୍ୟାଳୟ ପାଇଁ ମଧ୍ୟ ସରକାରଙ୍କ ଠାରେ ଦାବୀ ରଖିବାକୁ ପ୍ରସ୍ତାବ ନିଆଯାଇଥିବା ବେଳେ ଶିକ୍ଷକଙ୍କ ସମସ୍ତ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ପ୍ରତି ୩ ମାସରେ କାର୍ଯ୍ୟକାରିଣୀ ବୈଠକ କରିବା ସହ ସଭ୍ୟ ସଂଗ୍ରହ ଉପରେ ଗୁରତ୍ୱଆରୋପ କରାଯାଇଥିଲା । ସମସ୍ତ ଶିକ୍ଷକ ପରିବାରକୁ ଏକାଠି କରି ସାମୁହିକ ସ୍ଵାର୍ଥ ପାଇଁ ସଂଘ ଲଢେଇ କରିବାକୁ ଦୃଢ଼ ସଂକଳ୍ପ ନେଇଥିଲେ । ଶେଷରେ କେଶବ ପ୍ରଧାନ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.