ୟୁପି ସମେତ ୪ ଟି ରାଜ୍ୟରେ ବିଜେପିର ବାଜିମାତ୍‌, ପଞ୍ଜାବରେ ବିଜୟର ଶକ୍ତି ପ୍ରଦର୍ଶନ କଲା ଆପ୍‌, କଂଗ୍ରେସର ସ୍ଥିତି ରସାତଳଗାମୀ

ନୂଆଦିଲ୍ଲୀ : ୟୁପି ସମେତ ୪ ଟି ରାଜ୍ୟରେ ବିଜେପିର ବାଜିମାତ୍‌ ଦେଖିବାକୁ ମିଳିଛି । ପଞ୍ଜାବରେ ବିଜୟର ଶକ୍ତି ପ୍ରଦର୍ଶନ କରିଛି ଆମ୍‌ ଆଦ୍‌ମୀ ପାର୍ଟି । ଭାରତତୀୟ ଜନତା ପାର୍ଟି ଉତ୍ତରପ୍ରଦେଶ ପ୍ରବଳ ବହୁମତ ସହ ବିଜୟର ବାନା ଉଡ଼ାଇଥିବା ବେଳେ ଉତ୍ତରାଖଂଡ଼, ଗୋଆ ଏବଂ ମଣିପୁର ରାଜ୍ୟରେ ମଧ୍ୟ ନିଜ କ୍ଷମତା ବଜାୟ ରଖିଛି । ଆମ୍ ଆଦମୀ ପାର୍ଟି (ଆପ୍‌) ପଞ୍ଜାବରେ ଜବର୍‌ଦସ୍ତ ସଂଖ୍ୟାଗରିଷ୍ଠତା ହାସଲ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ତଥା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କଲ୍ୟାଣମୂଳକ ଯୋଜନାର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ହେତୁ ବିଦାୟୀ ସରକାର ପୁଣି କ୍ଷମତାକୁ ଫେରିଛନ୍ତି । ଅନ୍ୟ ପକ୍ଷରେ କଂଗ୍ରେସକୁ ପ୍ରଚଂଡ଼ ଝଟ୍‌କା ଲାଗିଛି ଏହି ନିର୍ବାଚନରେ । ଏପରିକି କଂଗ୍ରେସର ସ୍ଥିତି ରସାତଳଗାମୀ ବୋଲି ରାଜନୀତି ସମୀକ୍ଷକମାନେ ମତ ଦେଇଛନ୍ତି । ଏକ ଜାତୀୟ ଦଳର ଏଭଳି ସ୍ଥିତି ବାସ୍ତବରେ ଚିନ୍ତାଜନକ ବୋଲି କୁହାଯାଉଛି । ନିଜକୁ ପୁଣି ଥରେ ସଜାଡ଼ିବାକୁ ହେଲେ କଂଗ୍ରେସକୁ ଖୁବ୍‌ ପରିଶ୍ରମ କରିବା ସହ ନିଜ ସ୍ଥିତିକୁ ନେଇ ସମୀକ୍ଷା କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି ।

Leave A Reply

Your email address will not be published.