ପ୍ରେମରେ ପଡ଼ିଥିବା ପ୍ରେମିକାମାନଙ୍କ ପାଇଁ କିଛି କଥା

  • ସୁଶ୍ରୀ ସ୍ନେହଲତା

ପ୍ରେମରେ ପଡ଼ିବା ବଡ଼ କଥା ନୁହେଁ । କିନ୍ତୁ ସବୁଠାରୁ ବଡ଼ କଥା ହେଲା, ପ୍ରେମକୁ ସଫଳ ରୂପ ଦେବା ଓ ପ୍ରେମକୁ ନେଇ ସଫଳ ଜୀବନ ବଂଚିବା । ଏଣୁ ପ୍ରେମରେ ପଡ଼ିଥିବା ଝିଅମାନେ ବେଶ୍‌ ସଚେତନ ହେବା ଏକାନ୍ତ ଆବଶ୍ୟକ । ପ୍ରେମର ପଥ ଖୁବ୍‌ କଣ୍ଟକିତ ବୋଲି ପୂର୍ବରୁ ପୂର୍ବଜମାନେ କହି ସାରିଛନ୍ତି । ପ୍ରେମକୁ ସଫଳତାର ରୂପ ଦେବା ସମୟରେ ଅନେକ ବାଧାବିଘ୍ନ ଅତିକ୍ରମ କରିବାକୁ ପଡ଼ିଥାଏ, ଯେଉଁଥି ପାଇଁ ପ୍ରେମିକାମାନଙ୍କୁ କେତେକ କ୍ଷେତ୍ରରେ ବିଫଳ ହେବାକୁ ମଧ୍ୟ ପଡ଼ିଥାଏ । ଆସନ୍ତୁ ପ୍ରେମିକାମାନଙ୍କୁ ସତର୍କ ରହିବାକୁ କିଛି ଟିପ୍‌ସ୍‌ ଉପରେ ନଜର ପକାଇବା ।

  • ପ୍ରଥମରେ ପ୍ରେମିକଙ୍କ ଉଦ୍ଦେଶ୍ୟ ଓ ତାଙ୍କ ଭିତରେ ପ୍ରେମର ଗଭୀରତାକୁ ଠିକ୍‌ ଭାବେ ପରଖି ନେବା ଉଚିତ । ଆଜିର ସମୟରେ ମିଛ ପ୍ରତିଶ୍ରୁତି ଓ ମିଛ ପ୍ରେମର ଶିକାର ହୋଇ ଅନେକ ଯୁବତୀ ସାରା ଜୀବନ କଷ୍ଟ ପାଉଛନ୍ତି । ଏହି ଦିଗରେ ପ୍ରେମିକା ମାନେ ସଚେତନ ହେବା ପ୍ରଥମ କାମ ।
  • କେବଳ ଆବେଗକୁ ନେଇ ପ୍ରେମରେ ମସ୍‌ଗୁଲ୍‌ ହେବା ଘାତକ ପ୍ରମାଣିତ ହୋଇପାରେ । ବାସ୍ତବତା ପ୍ରତି ବି ନଜର୍‌ ରଖିବାକୁ ହେବ ।
  • ଯଦି ପ୍ରେମ ବିବାହ କରିବାକୁ ଇଚ୍ଛା କରୁଛନ୍ତି, ତେବେ ଜାଣି ରଖିବାକୁ ହେବ ଯେ ଅନେକ କ୍ଷେତ୍ରରେ ନିଜର ତଥା ପ୍ରେମିକଙ୍କ ପରିବାରର ସମର୍ଥନ ଶତ ପ୍ରତିଶତ ମିଳି ନପାରେ । ଏଣୁ ନିଷ୍ପତ୍ତି ନେବା ବେଳେ ଛାତିକୁ କଠୋର କରି ନିଷ୍ପତ୍ତି ନିଅନ୍ତୁ । ପ୍ରେମରେ ପଡ଼ି ଯାହାଙ୍କ ହାତ ଧରୁଛନ୍ତି, ସିଏ କୌଣସି ପରିସ୍ଥିତିରେ ବି ଆପଣଙ୍କ ହାତ ଛାଡ଼ିବ ନାହିଁ ତ ?
  • ସମାଜ କିମ୍ବା ବାହ୍ୟ ଲୋକଙ୍କ କଥା ଛାଡ଼ନ୍ତୁ । ପ୍ରଥମେ ନିଜକୁ ପଚାରନ୍ତୁ, ଯାହାଙ୍କୁ ଆପଣ ପ୍ରେମ କରୁଛନ୍ତି, ସିଏ ପ୍ରେମିକ ହେବା ଭଳି ଜଣେ ସଠିକ୍‌ ପୁରୁଷ ତ ?
  • କାହାର କଥାରେ ପଡ଼ି କିଛି ଏଣୁତେଣୁ ପଦକ୍ଷେପ ନିଅନ୍ତୁ ନାହିଁ, ଯେଉଁଥି ପାଇଁ ଆପଣଙ୍କୁ ସାରା ଜୀବନ ପଶ୍ଚାତାପ୍‌ କରିବାକୁ ପଡ଼ିବ ।
Leave A Reply

Your email address will not be published.