ମତ ଗଣନା : ସବୁ ରାଜ୍ୟରେ ପଛରେ ପଡ଼ିଲା କଂଗ୍ରେସ

ନୂଆଦିଲ୍ଲୀ : ସକାଳ ୮ଟାରୁ ଆଜି ମତଗଣନା ଆରମ୍ଭ ହୋଇ ଯାଇଥିବା ବେଳେ ୪ଟି ରାଜ୍ୟ ୟୁପି, ମଣିପୁର, ଗୋଆ ଓ ଉତ୍ତରାଖଣ୍ଡରେ ବିଜେପି. ବାଜି ମାରିବା ଭଳି ପରିସ୍ଥିତି ଦେଖିବାକୁ ମିଳିଛି । କେବଳ ପଂଜାବରେ ଆମ୍‌ ଆଦ୍‌ମୀ ପାର୍ଟି ଆଗୁଆ ରହିଛି । ପଛରେ ପଡ଼ି ଯାଇଛି କଂଗ୍ରେସ ଦଳ । ଏପରିକି କି ୟୁପିରେ ଏବେ ୨୩୫ ଟି ଆସନରେ ବିଜେପି ଆଗୁଆ ରହିଥିବା ବେଳେ ମାତ୍ର ୯୦ଟି ସିଟ୍‌ରେ ସମାଜବାଦୀ ପାର୍ଟି ଆଗୁଆ ରହିଥିବା ଜଣାପଡ଼ିଛି । ତେବେ ଏହି ନିର୍ବାଚନରେ ବିଜେପି. ନିଜର ଦବ୍‌ଦବାକୁ ପ୍ରମାଣିତ କରିବାରେ ସଫଳତା ହାସଲ୍‌ କରିବାକୁ ଯାଉଥିବା ବେଳେ କଂଗ୍ରେସ ଦଳ ବେଶ୍‌ କ୍ଷତିର ସମ୍ମୁଖୀନ ହେବାରେ ଲାଗିଛି । ଗୋଟିଏ ପ୍ରକାର କଂଗ୍ରେସକୁ ଭୋଟର୍‌ମାନେ ଗ୍ରହଣ କରି ନଥିବା ସ୍ପଷ୍ଟ ହୋଇଯାଇଛି । ବିଜେପି.ର ବାଜିମାତ୍‌ ସାରା ଦେଶରେ ବିଜେପି ଶିବିରରେ ଉତ୍ସାହର ମାହୋଲ୍‌ ସୃଷ୍ଟି କରିଛି ।

Leave A Reply

Your email address will not be published.