jayashree

ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ଛତ୍ରପୁର ସ୍ଥିତ ମହିଳା ମହାବିଦ୍ୟାଳୟ ପରିସରରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା । ହିଞ୍ଜିଳିକାଟୁର ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟର ସହଯୋଗରେ ଆୟୋଜିତ ଶିବିରରେ ମହାବିଦ୍ୟାଳୟର +୨ ଶ୍ରେଣୀର ୫୫ ଜଣ ଓ +୩ ଶ୍ରେଣୀର ୬୫ ଜଣ ଛାତ୍ରୀଙ୍କ ସମେତ ୧୨୫ ଜଣଙ୍କ ଚକ୍ଷୁ ପରୀକ୍ଷା କରି ଆବଶ୍ୟକୀୟ ପରାମର୍ଶ ପ୍ରଦାନ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷା ସସ୍ମିତା ସାମନ୍ତରାୟ, ଛତ୍ରପୁର ରୋଟାରୀ କ୍ଲବ ସଭାନେତ୍ରୀ ଏସ୍‌ ରେଖା ମହାନ୍ତି ଓ ଶଙ୍କର ଚିକିତ୍ସାଳୟର ଆଇନ ପରାମର୍ଶ ଦାତା ବି ଶ୍ରୀନିବାସ ଅତିଥି ଭାବେ ଯୋଗଦେଇ ଥିବା ବେଳେ ରୋଟାରୀ କ୍ଲବର ସମ୍ପାଦିକା ସ୍ୱାଗତିକା ସାମନ୍ତ ରାୟ, ପୂର୍ବତନ ସଭାପତି ନିରଞ୍ଜନ ପାତ୍ର, ପୂର୍ବତନ ସମ୍ପାଦକ ପ୍ରସନ୍ନ ପତି ଶିବିରର ଆୟୋଜନ କରିଥିଲେ । ଶଙ୍କର ଚିକିତ୍ସାଳୟର କ୍ୟାମ୍ପ ମ୍ୟାନେଜର ନଳିନୀକାନ୍ତ ରାଉତ, ମୁଖ୍ୟ ଚକ୍ଷୁ ପରୀକ୍ଷକ ସୁନୀଲ ମହାନ୍ତି, ଗିରିଶ ଚନ୍ଦ୍ର ପାତ୍ର, ମଧୁସ୍ମିତା ପାଇକ, ମନୋନୀତା ପାସ୍ପୁ ରେଡ୍ଡୀ, ଜଗନ୍ନାଥ ରାଓ ଶିବିରର ପରିଚାଳନା କରିଥିଲେ ।

Leave A Reply

Your email address will not be published.