କଳାହାଣ୍ଡି (ପି.କେ.ସାହୁ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିଯାଇଛି । ଫଳାଫଳ ମଧ୍ୟ ପ୍ରକାଶ ପାଇ ପ୍ରତିନିଧି ମାନେ ନିର୍ବାଚିତ ଘୋଷିତ ହୋଇସାରିଛନ୍ତି । ଆସନ୍ତା ମାର୍ଚ୍ଚ ୧୨ ରେ ନାଏବ ସରପଞ୍ଚ ନିର୍ବାଚନ ସବୁ ସରିଲା ପରେ ନବ ନିର୍ବାଚିତ ସରପଞ୍ଚମାନେ ନିଜ ନିଜ ଗ୍ରାମ ପଞ୍ଚାୟତ ଗୁଡିକର ଦାୟିତ୍ୱ ଗ୍ରହଣ କରିବେ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ ରହିଛି ୨୬ ଗୋଟି ଗ୍ରାମ ପଞ୍ଚାୟତ ଓ ତିନିଗୋଟି ଜିଲ୍ଲା ପରିଷଦ ଜୋନ୍ । ନର୍ଲା ବ୍ଲକ୍ର ରୁପ୍ରା ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବରେ ଡଲି ବେହେରା ଓ ସମିତି ସଦସ୍ୟା ଭାବରେ ସସ୍ସ୍ମୀତା ବିଶ୍ୱାଳ, ସେହିଭଳି ମୁସ୍କୁଟି ଗ୍ରାମ ପଞ୍ଚାୟତର ସରପଞ୍ଚ ସୁଲତା ଭୋଇ ଓ ସମିତି ସଦସ୍ୟ ବୀରେନ୍ଦ୍ର ପାତ୍ର, ଭୀମକେଲାର ଜାନକୀ ଗଉଡ ଓ ସୁମିତ୍ରା ମାଝୀ, ପଲମର ହେମକିଶୋର ନାଗ ଓ ଭକ୍ତି ନାଗ, ଟକର୍ଲାର ରାମଚନ୍ଦ୍ର ସାହୁ ଓ ବୁଇରାଣୀ ରାଉତ, ଘୋଡାବନ୍ଧର ରଶ୍ମୀତା ସାହୁ ଓ ସୁମନ୍ତ ପଧାନ, ଗିଗିନାର ସୁଧାମୟୀ କୁମାର ଓ ବନୀତା ନାଏକ, ସରିଆଁର ଓମପ୍ରକାଶ ଛତ୍ରୀଆ ଓ ଭାସ୍କର ଭୋଇ, ଶାନ୍ତପୁରର ରିତିକା କୁମାର ଓ ଜୟ ମେହେର, ଭାନପୁରର ଅନନ୍ତରାମ ମାଝୀ ଓ ତୁଳସା ମାଝୀ, ରୁପ୍ରାରୋଡର ହେମନ୍ତ ଭୋଇ ଓ ଦୀପାଞ୍ଜଳୀ ମାଝୀ, ରାକ୍ସୀର ଯେମନ୍ତ ପୋଢ ଓ ଚୁମନ ଭୋଇ, ବଡଧାରପୁରର ପର୍ଶୁରାମ ହରପାଲ ଓ ଉପାସିନୀ ହରପାଲ, ନିଶାଣପୁରର କୌଶଲ୍ୟା କରୁଆଁ ଓ ମଞ୍ଜୁଲତା ବାଗ, ଘଣ୍ଟମାଳର ଦେବେନ୍ଦ୍ର ସା ଓ ଅବନ୍ତି ଦଳେଇ, ଗାଡେବନ୍ଧର କବିତା ବାଗ ଓ ସୁଜାତା ସାହୁ, କର୍ମେଗାଁର ମନୋଜ ମହାନନ୍ଦ ଓ ମନୋରମା ମହାନ୍ତି, ଉଲିକୁପାର ଦୀପାଞ୍ଜଳୀ ଶବର ଓ ନୀଳାନ୍ଦ୍ରୀ ସାହୁ, ନର୍ଲାର ତନୁଜା ହରପାଲ ଓ ସୁଦାମ ଝାଙ୍କର, ଶେରଗଡର ରାହୁଲ ସାହୁ ଓ ସଞ୍ଜୀବ ବେହେରା, ସର୍ଗିଗୁଡାର ଦୀପାଞ୍ଜଳୀ ବୁଦ୍ଧିଆ ଓ ଚିରଞ୍ଜିବୀ ଗୌଡିଆ, ମାଣ୍ଡେଲର ପଦ୍ମଲୋଚନ ଜାଲ ଓ ସୀମନ୍ତିକା ଚାନ୍ଦ, ବାଲସିଙ୍ଗାର ପୂଜା ସାରିନୋଭା ଓ ଧନୁର୍ଯ୍ୟ ବାହୁକ, ବାଗପୁରର ଗୋପାଳ ହାତୀ ଓ କୁନୀ ମହାନନ୍ଦ, ତୁଳାପଡାର ମଲ୍ଲିହାର ପଧାନ ଓ ଦୁର୍ଗାପ୍ରସାଦ ମହାନ୍ତି, କୁର୍ମେଲର ସୁଭଦ୍ରା ମାଝୀ ଓ ନନ୍ଦିନୀ ମାଝୀ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ନର୍ଲାର ତିନିଗୋଟି ଜିଲ୍ଲା ପରିଷଦ ଜୋନରୁ ନର୍ଲା ଜିଲ୍ଲା ପରିଷଦ (ପଲମ) ଜୋନ ନଂ.୧ରୁ ବିଜେଡି ପ୍ରାର୍ଥିନୀ ନମ୍ରତା ସାହୁ, ଜୋନ ନଂ. ୨ (ସରିଆଁ)ରୁ ବିଜେଡି ପ୍ରାର୍ଥୀ ହରିଶଙ୍କର ମାଝୀ ଓ ନର୍ଲା ଜିଲ୍ଲା ପରିଷଦ ଜୋନ ନଂ. ୩ (ନର୍ଲା)ରୁ ବିଜେଡି ପ୍ରାର୍ଥିନୀ ଲିଲି ଦୀପ ନିର୍ବାଚିତ ହୋଇଛନ୍ତି ।