pakka

ସୁଖୀ ପରିବାର ସଂପର୍କରେ ଆସନ୍ତୁ କିଛି କଥା ଜାଣିବା

bbehera
  • ସୁଶ୍ରୀ ସ୍ନେହଲତା

ସୁଖୀ ପରିବାର ସମସ୍ତେ ଚାହାଁନ୍ତି । ହସ ଖୁସୀରେ ସଦା ପୂରି ଉଠୁଥାଉ ପରିବାର, ଏହି ଲକ୍ଷ୍ୟ ସମସ୍ତଙ୍କ ମଧ୍ୟରେ ରହିଥାଏ । କିନ୍ତୁ ପାରିବାରିକ ବୁଝାମଣାରେ ଟିକିଏ ଏପଟ ସେପଟ ହୋଇଗଲେ, ପରିବାରରୁ ଖୁସୀ ଦୂରେଇ ଯାଏ । ଏଥିପାଇଁ ପରିବାରର ଶୃଙ୍ଖଳା ପ୍ରତି ପରିବାରର ସମସ୍ତ ସଦସ୍ୟ ଯତ୍ନବାନ ହେବା ଏକାନ୍ତ ଆବଶ୍ୟକ । ସମସ୍ତେ ସମସ୍ତଙ୍କୁ ବୁଝିବା ପାଇଁ ଚେଷ୍ଟା କରିବା ବିଧେୟ । ଜଣେ ଆର ଜଣକର ସମସ୍ୟା ପାଇଁ ବାଟ ବାହାର କରିବାକୁ ଚେଷ୍ଟା କଲେ ପରିବାରରେ ଶୃଙ୍ଖଳା ବଳବତ୍ତର ରହିଥାଏ । ଆଜି ଆସନ୍ତୁ ଜାଣିବା କିଛି କଥା…. ‘ସୁଖୀ ପରିବାର କ’ଣ ଓ କାହାକୁ କହିବା ସୁଖୀ ପରିବାର ?

  • ମାଟି ମାଠିଆର ମୂଲ୍ୟ ଏବଂ ପରିବାରର ମୂଲ୍ୟ କେବଳ ସେମାନେ ଜାଣନ୍ତି, ଯେଉଁମାନେ ଏହାକୁ ପ୍ରସ୍ତୁତ କରନ୍ତି ।
  • ଯେଉଁ ପରିବାରରେ ସମସ୍ତେ ସମସ୍ତଙ୍କ ପ୍ରତି ସ୍ୱଚ୍ଛ ଭଲ ପାଇବାକୁ ମୂଳମନ୍ତ୍ର କରନ୍ତି, ସେହି ପରିବାର ସୁଖୀ ପରିବାର ଭାବରେ ପରିଗଣିତ ହୁଏ ।
  • ପରିବାରର ଆବଶ୍ୟକତା ପୂରଣ ବେଳେ ଏହାକୁ କେହି ବୋଝ ନଭାବି ଏହି ଦାୟିତ୍ୱକୁ ପାରିବାରିକ ଉପହାର ବୋଲି ଭାବିଲେ, ପରିବାରରେ ଶାନ୍ତି ବଳବତ୍ତର ରହେ ।
  • ସବୁବେଳେ ଆମକୁ ମନେ ରଖିବାକୁ ହେବ ଯେ, ଜୀବନ ଯଦି ଏକ ଯାତ୍ରା, ତେବେ ପରିବାର ଜୀବନ ପାଇଁ ଏକ ଉତ୍ତମ ସହଯାତ୍ରୀ ।
  • ଜୀବନରେ ଯଦି କିଛି ମୂଲ୍ୟବାନ, ତାହା ହେଉଛି ପରିବାର ।
jay balangir
Leave A Reply

Your email address will not be published.

7 − two =