jsm

ଟେମରୀ ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଦିଲ୍ଲୀପ ବେହେରାଙ୍କୁ ସମ୍ବର୍ଦ୍ଧନା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଟେମରୀ ଗ୍ରାମ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଦିଲ୍ଲୀପ ବେହେରା ୮ ଖଣ୍ଡ ଭୋଟରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ପିତାମ୍ବର ବନଛୋରଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି । ନବ ନିର୍ବାଚିତ ସରପଞ୍ଚ ଦିଲ୍ଲୀପ ବେହେରା ୨୦୧୯/୨୧ ପର୍ଯ୍ୟନ୍ତ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଆବାହକ ଦାୟୀତ୍ୱ ନିର୍ବାହ କରିଥିଲେ । ସେ ଜଣେ ଶାନ୍ତି ଲୋକପ୍ରିୟ ସମାଜ ସେବୀ ଭାବରେ ଟେମରୀ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ । ସେ ସରପଞ୍ଚ ଭାବେ ବିଜୟୀ ହେବା ପରେ ଟେମରୀ ପଞ୍ଚାୟତରେ ବିଜୟ ଶୋଭାଯାତ୍ରାରେ ବାହାରି ପଞ୍ଚାୟତବାସୀଙ୍କୁ କୃତଜ୍ଞତା ଜଣାଇବା ପାଇଁ ଦୁଇ ଦିନ ହେଲା ନିଜର ସହଯୋଗୀଙ୍କ ସହ ପଞ୍ଚାୟତର ସମସ୍ତ ଗ୍ରାମର ପଡାକୁ ପଡା ବୁଲି ଲୋକଙ୍କୁ କୃତଜ୍ଞତା ଜଣାଇଛନ୍ତି ତଥା କିପରି ସୁରୁଖୁରୁରେ ନିଜର ଦାୟିତ୍ୱ ନିର୍ବାହ କରିବେ ସେଥିପାଇଁ ଅଞ୍ଚଳର ଗୁରୁଜନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ । ପଡାକୁ ପଡା ବୁଲିବା ସମୟରେ ସମସ୍ତ ପଡାର ସ୍ତ୍ରୀ ଲୋକମାନେ ତାଙ୍କର ଗୋଡ଼ ଧୋଇବା ସହ ଫୁଲ ଚନ୍ଦନ ଦେଇ ତାଙ୍କର ଚଲାପଥ କୁସୁମିତ ହେବା ପାଇଁ ଆଶୀର୍ବାଦ କରୁଥିବା ଦେଖିବାକୁ ମିଳିଥିଲା । ସେ ଦେଇଥିବା ପ୍ରତିଶୃତିକୁ ପାଳନ କରିବି ବୋଲି ପ୍ରକାଶ କରିଥିଲେ ।

yuvodaya
Leave A Reply

Your email address will not be published.