oom

ସାମାଜିକ ଅନୁଷ୍ଠାନ ରେଆର୍‌ର ୨୮ତମ ପ୍ରତିଷ୍ଠା ଦିବସ

jsmm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରେଆର୍ ବା ଗ୍ରାମୀଣ ସମୃଦ୍ଧି ଗବେଷଣା ପ୍ରତିଷ୍ଠାନର ୨୮ତମ ବାର୍ଷକ ସମାରୋହ ଏନ୍‌ଜିଓସିସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ରେଆର୍ର ସଭାପତି ସଚ୍ଚିଦାନନ୍ଦ ସାହୁଙ୍କ ପୌରହିତ୍ୟ ଏବଂ ଅମ୍ବୁଜ ବିହାରୀ ଶତପଥୀଙ୍କ ସଂଯୋଜନାରେ ଆୟୋଜିତ ମାନସ ମନ୍ଥନ ପର୍ବରେ ଦୀର୍ଘ ୨୭ ବର୍ଷ ଧରି ରେଆର୍‌ର ବହୁବିଧ ସାମାଜିକ କାର୍ଯ୍ୟ ଉପରେ ଆଲୋକପାତ କରାଯିବା ସହ ଆଗାମୀ ଦିନର ସଂକଳ୍ପକୁ ନେଇ ପୂର୍ବାଭାସ ଦିଆଯାଇଥିଲା । ଏହି ଅବସରରେ, ସାଂପ୍ରତିକ ପରିସ୍ଥିତିରେ ସଭ୍ୟ ସମାଜର ଭୂମିକା ଶୀର୍ଷକ ଆଲୋଚନାଚକ୍ରରେ ବିକାଶ କର୍ମୀ ବିମଳ ପ୍ରସାଦ ପାଣ୍ଡିଆ ଆଲୋଚନା କରି ସଭ୍ୟତାର ବିକାଶରେ ସଭ୍ୟ ସମାଜ କାର୍ଯ୍ୟ କରି ଆସୁଥିବା ବେଳେ ଆଗକୁ ଅଧିକ ଆହ୍ୱାନର ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ କହିଥିଲେ । ପରିଶେଷରେ ସାଧାରଣ ସଂପାଦକ ଅନଂଗ ନେଗୀ ବାର୍ଷିକ ବିବରଣୀ ସହ ଆର୍ଥିକ ଅଟକଳ ଉପସ୍ଥାପନ କରିଥିଲେ ।

jittmm
Leave A Reply

Your email address will not be published.