ବିଜେଡିର ମିଶ୍ରଣ ପର୍ବ ଓ ପୌର ନିର୍ବାଚନ ପାଇଁ ପ୍ରାକ୍‌ ପ୍ରସ୍ତୁତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହେଉ ହେଉ ଗଞ୍ଜାମ ସହରରେ ବିଜେଡିର ବାଜିଲା ପୌର ନିର୍ବାଚନ ବିଗୁଲ । ଆସନ୍ତା ମାର୍ଚ୍ଚ ୨୪ରେ ପୌରାଞ୍ଚଳ ନିର୍ବାଚନ ଏବଂ ୨୬ ତାରିଖରେ ଭୋଟ ଗଣତି ହେବ ବୋଲି ରାଜ୍ୟ ନିର୍ବାଚନ କମିଶନର ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ଗଞ୍ଜାମ ଏନ୍‌ଏସି ବିଜୁ ଜନତା ଦଳ ପକ୍ଷରୁ କଲେଜ ରୋଡ଼ରେ ଏକ ମିଶ୍ରଣ ପର୍ବ ସାଙ୍ଗକୁ ପୌରାଞ୍ଚଳ ନିର୍ବାଚନ ପାଇଁ ପ୍ରାକ ପ୍ରସ୍ତୁତି ବୈଠକ ଗତକାଲି ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ରାଜନୈତିକ ଦଳରୁ ନେତା ଓ କର୍ମୀମାନେ ବିଜେଡିରେ ସାମିଲ ହୋଇଥିଲେ । ବର୍ଷିଆନ କମ୍ୟୁନିଷ୍ଟ ନେତା ହରି ତରାଇ, ଚାଷୀ ସଂଗଠନ ନେତା ବୃନ୍ଦାବନ ସାହୁ, ଟ୍ରାକ୍ଟର ସଙ୍ଘ ଯୁବ ସଂଗଠକ କାର୍ତ୍ତିକ ତରାଇ, ଆଇନଜୀବୀ ପଙ୍କଜ କୁମାର ବାରିକ, ନମ୍ବର ଅରୁଣ ମହାନ୍ତି, ବରିଷ୍ଠ ନାଗରିକ ଟୁନା ମହାପାତ୍ର, ପୂର୍ବତନ କାଉନସିଲର ନିରଞ୍ଜନ ରାଉଳ, ନମ୍ବର ୱାର୍ଡର ସତ୍ୟ ନାରାୟଣ ବେହେରା, ବିଷ୍ଣୁ ଦାଶ ପ୍ରମୁଖ ବିଭିନ୍ନ ୱାର୍ଡର ବହୁ ନେତା ଓ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି । ସମସ୍ତଙ୍କୁ ବିଜେଡି ନେତୃବୃନ୍ଦ ଦଳୀୟ ଉପଢୌକନ ପ୍ରଦାନ କରି ସ୍ୱାଗତ କରିଥିଲେ । ଏଥିସହ ସେଠାରେ ଏକ ସାଙ୍ଗଠନିକ ବୈଠକ ପୂର୍ବତନ ଏନ୍‌ଏସି ଉପାଧ୍ୟକ୍ଷ ନୀଳାଞ୍ଚଳ ବାରିକଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଏନ୍‌ଏସି ଯୁବ ସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ଏନ୍‌ଏସି ପୂର୍ବତନ ଅଧ୍ୟକ୍ଷା ଉର୍ମିଳା ପଲାଇ, ପୂର୍ବତନ କାଉନ୍‌ସିଲର ଦଣ୍ଡପାଣି ପରିଡା, ପୂର୍ବତନ ନଗରପାଳ ପ୍ରକାଶ ଚନ୍ଦ୍ର ସାହୁ, ପୂର୍ବତନ ଏମ୍‌ପି ପ୍ରତିନିଧି ଗୌରୀ ଶଙ୍କର ବାରିକ, ନଗର ସଭାପତି ପି. ରାଜୁ ରେଡ଼ି, ବିଜେଡି ଯୁବନେତା ମନୋଜ ପ୍ରଧାନ, ମହିଳା ସ୍ବେଛାସେବୀ ସସ୍ମିତା ପାଢ଼ୀ, ମହିଳା ନାରୀ ନେତ୍ରୀ ମୀରାରାଣୀ ପାଢ଼ୀ, ଝିଲି ପାତ୍ର, ସୁଜାତା କୁମାରୀ ମହାନ୍ତି, କାଙ୍ଗାଳୀ ବେହେରା, ସୁଦାମ ଚରଣ ପଲାଇ, ପୁଷ୍ପାଞ୍ଜଳି ଗୌଡ଼, ଯୁବ ସଂଗଠକ ଜିତୁ ପଣ୍ଡା, ସିମାଞ୍ଚଳ ସାହୁ ପ୍ରମୁଖ ଶତାଧିକ ଦଳୀୟ ନେତା କର୍ମୀ ଉପସ୍ଥିତ ଥିଲେ । ଏହି ଅବସରରେ ବିଜେଡି ନଗରପାଳ ଓ କାଉନସିଲର ଆଶାୟୀମାନଙ୍କୁ ୱାର୍ଡ ସ୍ତରରେ ଆବେଦନ ଫର୍ମ ପ୍ରଦାନ କରାଯାଇଥିଲା । ଆଜି ଆବେଦନ ଫର୍ମ ପୂରଣ କରି ଛାତ୍ର ସଭାପତି ରାକେଶ ରଞ୍ଜନ ଦାସଙ୍କୁ ପ୍ରଦାନ କରିବାକୁ ବୈଠକରେ ଆଲୋଚନା ହୋଇଥିଲା । ଆଗାମୀ ନିର୍ବାଚନରେ ଏକତାର ଭାବନା ନେଇ ଦଳୀୟ ସଂଗଠନକୁ ସୁଦୃଢ଼ କରି ନିର୍ବାଚନ ମଇଦାନରେ ପାର୍ଥୀମାନଙ୍କୁ ବିଜୟୀ କରାଇବାକୁ ମତପ୍ରକାଶ ପାଇଥିଲା ।

Leave A Reply

Your email address will not be published.