ଭୋଟ୍‌ ଗଣତି ପୂର୍ବରୁ କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କଲେ ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ

ଗଞ୍ଜାମ, (କେ.ସତ୍ୟନାରାୟଣ ରେଡ୍ଡୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଆସନ୍ତାକାଲି ପ୍ରତି ବ୍ଲକ ମୁଖ୍ୟାଳୟରେ ସକାଳ ୮ଟା ବେଳେ ଭୋଟ୍‌ ଗଣତି ଆରମ୍ଭ ହେବ ବୋଲି ସୂଚନା ରହିଛି । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଥିବା ବେଳେ ଗଞ୍ଜାମ ଜିଲ୍ଲା ଭାରତୀ ବିଦ୍ୟାପୀଠରେ ଭୋଟ ଗଣତି ହେବାକୁ ଥିବା ବେଳେ ଆଜି ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ, ନିର୍ବାଚନ ଅଧିକାରୀ ତଥା ବିଡିଓ ବିଶ୍ୱଜିତ ରାୟ, ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ ପ୍ରମୁଖ ଭୋଟ ଗଣତି କେନ୍ଦ୍ର ଭାରତୀ ବିଦ୍ୟାପୀଠ ସ୍କୁଲ ବୁଲି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି । ଗଣତି ବେଳେ ଏଜେଣ୍ଟଙ୍କ ବିନା ଅନ୍ୟ କୌଣସି ବ୍ୟକ୍ତି ସ୍କୁଲ ମଧ୍ୟକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିବା ଥାନା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି । ଏଥିସହ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ସେ କହିଛନ୍ତି ।

jittmm
Leave A Reply

Your email address will not be published.