oom

ସୁନାବେଡା ପୌର ପରିଷଦର ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ

jsmm

କୋରାପୁଟ : ସୁନାବେଡା ପୌର ପରିଷଦର ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ଜଣାପଡିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ପୌର ପରିଷଦର ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘରେ ଚଢାଉ ହୋଇଥିବା ଜଣାପଡିଛି । ଏକକାଳୀନ ୬ ଟି ସ୍ଥାନରେ ଚଢାଉ ଚାଲିଥିବା ସୂଚନା ରହିଛି । ଖୋର୍ଦ୍ଧା, ଗଜପତି, ଗଞ୍ଜାମ, କୋରାପୁଟ, ଭୁବନେଶ୍ଵର ସମେତ ୬ଟି ସ୍ଥାନରେ ଚଢାଉ ହୋଇଥିବା କୁହାଯାଉଛି ।

ସୂଚନାନୁଯାୟୀ, ସହକାରୀ ଯନ୍ତ୍ରୀଙ୍କ ସୁନାବେଡା ଏନ୍‌ଏସି ଅଫିସ୍, ସୁନାବେଡା ସ୍ଥିତ ସରକାରୀ ବାସଭବନ, ଭୁବନେଶ୍ଵର ପୋଖରିପୁଟ ସ୍ଥିତ କନିକା ଆପାର୍ଟମେଣ୍ଟ, ପାରଳାଖେମୁଣ୍ଡି ସୀତାପୁର ସ୍ଥିତ ପୈତୃକ ଘର, ବ୍ରହ୍ମପୁରରେ ସମ୍ପର୍କୀୟଙ୍କ ଘର, ବ୍ରହ୍ମପୁର ଶକ୍ତିନଗର ସ୍ଥିତ ଦୁଇ ମହଲା ଘରେ ରେଡ୍ ହେଉଥିବା ବେଳେ ଏହି ଚଢାଉରେ ୫ ଜଣ ଡିଏସ୍‌ପି, ୮ ଜଣ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

jittmm
Leave A Reply

Your email address will not be published.