jsm

ଜଗଦଳପୁର ଓ ଲଖମରା ମଣ୍ଡଳରେ ବିଜେପି ପକ୍ଷରୁ ନିର୍ବାଚନୀ ଜନସମ୍ପର୍କ ଯାତ୍ରା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର କାର୍ଯ୍ୟ ସେତେ ଜୋର ଧରିଥିବା ବେଳେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଜେପି ପକ୍ଷରୁ ଝାରବନ୍ଧ ବ୍ଲକ ଜଗଦଲପୁର ଓ ପାଇକମାଲ ବ୍ଲକ ଲଖମରା ମଣ୍ଡଳସ୍ତରୀୟ ବାଇକ୍ ରେଲି ନିର୍ବାଚନୀ ଜନସମ୍ପର୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଜନସମ୍ପର୍କ ଯାତ୍ରାରେ ଜଗଦଲପୁର ମଣ୍ଡଳର ପୁଟକା, ନୂଆପଡ଼ା, କୁମିର, ସାନକୁଞ୍ଜାରୀ, ଗୌଡମାଲ, ଜଟେଶିରା, ଚଣ୍ଡିଭଟା, ରେଲଗାଁ, ଲଖମରା ମଣ୍ଡଳର ଲୁହୁରାକୋଟ, ଗୁଞ୍ଜାଡିହି, ଚରଦାପାଲି ଗସ୍ତିଡିହି, କୁଲାଟି, ସରେଇକେଲା, ବୈତଳଭଟା, ଧୂମାଭଟା, ସାପଲହର, ବାଦିକଟା, ବୁକୁରାମୁଣ୍ଡା ଆଦି ଅଞ୍ଚଳକୁ ଯାଇ ଜଗଦଲପୁର ଜୋନ୍ ନଂ ୨ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଚନ୍ଦ୍ରମା ପଟେଲ, ଲଖମରା ଜୋନ୍ ନଂ ୧ ବିଜେପି ଜିଲ୍ଲା ପ୍ରାର୍ଥିନୀ ପରିଷଦ ସୁରଭି ବରିହା, ବିଜେପି ସମର୍ଥିତ ସରପଞ୍ଚ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ଜନ ସମ୍ପର୍କ ଯାତ୍ରାରେ ପ୍ରାର୍ଥୀମାନଙ୍କୁ ବିପୁଳ ପରିମାଣର ଭୋଟ ଦେଇ ବିଜୟ ଲାଭ କରିବା ପାଇଁ ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ ହିତକର ଯୋଜନା ଉପରେ ଆଲୋକପାତ କରିବା ସହ ଅଞ୍ଚଳର ବିକାଶ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଅନୁଷ୍ଠିତ ନିର୍ବାଚନୀ ଜନ ସମ୍ପର୍କ ଯାତ୍ରାରେ ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପୁରୋହିତଙ୍କୁ ଗ୍ରାମ ଗୁଡିକରେ ଫୁଲ ଗୁଚ୍ଛ ଉପଢୌକନ ଦେଇ ଭବ୍ୟ ସ୍ଵାଗତ କରିବା ସହ ପାଛୋଟି ନେଇଥାନ୍ତି । ଜଗଦଲପୁର ମଣ୍ତଳରେ ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଂପାଦକ ପ୍ରିତେଶ ବହିଦାର, ବରିଷ୍ଠ ବିଜେପି ନେତା ରାଜୁ ଘିଭେଲା, ମଦନ ମୋହନ ପଟେଲ, ଗିରିଧାରୀ ପଟେଲ, ହରେକୃଷ୍ଣ ପଟେଲ, ଅଶୋକ ମିଶ୍ର, କୁନାଲ ସିଂ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଲଖମରା ମଣ୍ଡଳରେ ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ପ୍ରିଦେଶ ବହିଦାର, ବିଜେପି ମଣ୍ଡଳ ସଭାପତି ଭୀଷ୍ମଦେବ ସାହୁ, ଜଗନ୍ନାଥ ଛତ୍ରିଆ, ଲିଙ୍ଗରାଜ ସାହୁ, ଯଶୋବନ୍ତ ସାହୁ, ଟୁନା ଦଣ୍ଡସେନା ପ୍ରମୁଖ ସାମିଲ ଥିଲେ । ଏହି ନିର୍ବାଚନୀ ଜନସମ୍ପର୍କ ଯାତ୍ରାରେ ବିଜେପି କର୍ମୀଙ୍କ ସମେତ ଶତାଧିକ ମହିଳା ପୁରୁଷ କର୍ମୀ ଯୋଗ ଦେଇଥିଲେ ।

yuvodaya
Leave A Reply

Your email address will not be published.