jsm

ପଦ୍ମପୁର ଅଞ୍ଚଳର ବିକାଶ ପାଇଁ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିର୍ବାଚନୀ ସଭାରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ଅନୁରୋଧ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଗାମୀ ୧୬ ତାରିଖ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଲ, ଝାରବନ୍ଧ, ପଦ୍ମପୁର ଆଦି ବ୍ଳକରେ ବିଜେପି ପ୍ରତି ଲୋକଙ୍କର ଜନ ସମର୍ଥନ ବଢ଼ିବାରେ ଲାଗିଛି । ଆଜି ପଦ୍ମପୁର ଉପଖଣ୍ଡ ଝାରବନ୍ଧ ମଣ୍ଡଳ ସନଦାଦର, ଟୁହୁଙ୍ଗଦାଦର, ବୈଦାଲି, ତୁମୁରିପାଣି, ସଂକ୍ରୀ, ଟୁହୁଙ୍ଗିଦାଦର, ପୁଟୁକିଟାଣ, ସଲଡିହୀ, ବିଲାସପୁର, ଭଣ୍ତାରଜୁରୀ, ନିତ୍ୟାନନ୍ଦପୁର, କାଶିପାଣି ଆଦି ଅଞ୍ଚଳରେ ବିଜେପି ତରଫରୁ ନିର୍ବାଚନୀ ସଭା ସହିତ ଜନସାଧାରଣଙ୍କୁ ଭେଟି ବିଜେପିର ପ୍ରାର୍ଥୀମାନଙ୍କୁ ବିଜୟ ଲାଭ କରିବା ପାଇଁ ଭୋଟ ଭିକ୍ଷା କରିବା ସହ ଆଶୀର୍ବାଦ କାମନା କରିଥିଲେ । ଝାରବନ୍ଧ ବ୍ଲକ ଜୋନ୍ ନଂ ୧ ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀ ଗରିବ ଭୋଇ ଓ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ, ସମିତି ସଭ୍ୟ ପ୍ରାର୍ଥୀମାନଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ବିଜୟ ଲାଭ କରାଇବା ପାଇଁ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ନିର୍ବାଚନ ସଭାରେ ଅନୁରୋଧ କରିଥିଲେ । ଅଞ୍ଚଳର ବିକାଶ ଦିଗରେ ସହଭାଗିତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଧାରାକୁ ଆଗକୁ ବଢ଼ାଇବାକୁ ହେଲେ ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀ, ବିଜେପି ସମର୍ଥିତ ସରପଞ୍ଚ, ସମିତି ସଭ୍ୟମାନଙ୍କୁ ସମର୍ଥନ କରିବାକୁ ଆହ୍ୱାନ କରିଥିଲେ । ବରିଷ୍ଠ ବିଜେପି ନେତା ଦୂର୍ଗା ପ୍ରସାଦ ଅଗ୍ରୱାଲଙ୍କ ନେତୃତ୍ବରେ ଅନୁଷ୍ଠିତ ନିର୍ବାଚନ ସଭାରେ ସାଇଧର ପାଣ୍ଡେ ସଭା ପରିଚାଳନା କରିଥିବା ବେଳେ ସାମନ୍ତ ଶେଖର ମୁନା, ବିନୋଦ ବାଗ ସମେତ ଶତାଧିକ ମହିଳା ପୁରୁଷ ଜନସାଧାରଣ ଯୋଗଦେଇ ଥିଲେ । ଏହି ନିର୍ବାଚନ ସଭା ମାନଙ୍କରେ ଡକ୍ଟର ଲମ୍ବୋଦର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.