pakka

ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଗାଈ ଚରାଳିଙ୍କ ମୃତ୍ୟୁ

bbehera

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସାଡିଙ୍ଗିଆ ପଞ୍ଚାୟତ କିଆମୁଣ୍ଡା ନିକଟରେ ମାଓବାଦୀମାନେ ଖଞ୍ଜିଥିବା ଲ୍ୟାଣ୍ଡ ମାଇନ ବିସ୍ପୋରଣରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯୁବକ ଜଣକ କିଆମୁଣ୍ଡା ଗାଁର ପ୍ରିୟରଞ୍ଜନ କହଁର ଓରଫ ପିଙ୍କୁ କହଁର ବୋଲି ଜଣାପଡିଛି । ଗତକାଲି ଏହି କିଆମୁଣ୍ଡା ଗାଁ ନିକଟରେ ରାସ୍ତା କାମ ଚାଲିଥିବା ବେଳେ ରାସ୍ତା କାମକୁ ବିରୋଧ କରି ସମ୍ପୃକ୍ତ ଠିକା ସଂସ୍ଥାର ଦୁଇଟି ଜେସିବି ପୋଡିଦେବା ସହ ସ୍ଥାନୀୟ ଅଂଚଳର ବିଭିନ୍ନ ଜାଗାରେ ଲ୍ୟାଣ୍ଡ ମାଇଣ୍ଡ ଖଞ୍ଜିଥିଲେ । ତେବେ କିଆମୁଣ୍ଡା ଗାଁର ମୃତ ଯୁବକ ଜଣକ ଗାଈ ଚରାଇବାକୁ ଯାଇଥିବା ବେଳେ ହଠାତ ଲ୍ୟାଣ୍ଡ ମାଇଣ୍ଡ ସଂସ୍ପର୍ଶରେ ଆସିବାରୁ ବୋମାଟି ଫୁଟି ଯାଇଥିଲା । ଫଳରେ ଯୁବକ ଜଣକଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ଗତକାଲି ଘଟଣା ସ୍ଥଳରେ ପୋଲିସ ସହ ସନ୍ଧାନୀ କୁକୁର ଦଳ ଯାଇ ଗୋଟିଏ ବୋମାକୁ ଫୁଟାଇଥିବା ବେଳେ ଆଉ ଗୋଟିଏ ବୋମାକୁ ନିଷ୍କ୍ରିୟ କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଏକପ୍ରକାର ଭୟର ବାତାବରଣ ଦେଖିବାକୁ ମିଳିଛି ।

jay balangir
Leave A Reply

Your email address will not be published.

three × 4 =