ବାର୍ଷିକ ଉତ୍ସବ ପାଳିଲା ‘ଫଲଶା ଫୁଲ କଳାପଟା କମିଟି’

କଣ୍ଟାମାଳ : ବାର୍ଷିକ ଉତ୍ସବ ପାଳନ କରିଛି ଫଲଶା ଫୁଲ କଳାପଟା କମିଟି । କଣ୍ଟାମାଳ ବ୍ଲକ ପଲଶାଗୋରା ଠାରେ ସାହିତ୍ୟ ଅନୁଷ୍ଠାନ ଫଲଶା ଫୁଲ କଳାପଟା କମିଟିର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ଅଜିତ ଗିରିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାଚକ୍ରରେ ସଂପାଦକ ପ୍ରଭାତ ଖମାରୀ କମିଟି ପରିଚାଳନା କରିବା ସହ ଅନୁଷ୍ଠାନର ବୃଦ୍ଧି ଉପରେ ମତାମତ ରଖିଥିଲେ । କମିଟିର ଅନ୍ୟ ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ । କମିଟିର ସହସଂପାଦକ ଅଂଶୁମାନ କର୍ମୀ ଓ ବିଶ୍ୱଜିତ ପଣ୍ଡା କଳାପଟାରେ ବିଭିନ୍ନ କବିଙ୍କ ଲେଖା ଉପସ୍ଥାପନା କରିଥିବା ବେଳେ ବଳଦେବ ପ୍ରହରାଜ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.