ଦେଓଗାଁ ବ୍ଲକରେ ପୋଷ୍ଟର ଚିରା ରାଜନୀତି ଆରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ଆସନ୍ତା ୨୨ ତାରିଖ ଦିନ ଦେଓଗାଁ ବ୍ଲକ୍‌ରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ସରଗରମ ହେଉଛି । ମୁଖ୍ୟତଃ ବିଜେଡି ଓ କଂଗ୍ରେସ ଦଳ ସମର୍ଥିତ ସିମିତି ସଭ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେଉଛି । ଏଥିପାଇଁ ଉଭୟ ଦଳ ମତଦାତାଙ୍କୁ ମନାଇବା ପାଇଁ ଉଦ୍ୟମ କରୁଛନ୍ତି ଅନ୍ୟପକ୍ଷରେ ଏବେ ବ୍ଲକ୍‌ ଅଞ୍ଚଳରେ ପୋଷ୍ଟର ଚିରା ରାଜନୀତି ଆରମ୍ଭ ହୋଇଛି । ପ୍ରାର୍ଥୀମାନେ ଖର୍ଚ୍ଚ କରି ଲଗାଇଥିବା ପୋଷ୍ଟର, ବ୍ୟାନରକୁ ବିରୋଧୀ ଗୋଷ୍ଠୀ ଚିରି ଦେଉଥିବା ଦେଖିବାକୁ ମିଳୁଛି । ବ୍ଲକ୍ ଅନ୍ତର୍ଗତ ୧୨ନମ୍ବର ଜିଲ୍ଲା ପରିଷଦ ଜୋନର ହାତୀସରା ପଞ୍ଚାୟତ ଓ ୧୩ ନମ୍ବର ଜୋନ୍‌ର ଅର୍ଜୁନପୁର ପଞ୍ଚାୟତରେ ଦୁଇଜଣ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ପୋଷ୍ଟର ଚିରାଯାଇଥିବା ଦେଖିବାକୁ ମିଳିଛି । ତେଣୁ ପୁଲିସ ପ୍ରଶାସନ ଆଗତୁରା ସତର୍କ ନହେଲେ ଆଗକୁ ରାଜନୈତିକ ହିଂସା ଘଟିବା ଆଶଙ୍କା କରାଯାଉଛି ।

Leave A Reply

Your email address will not be published.