jayashree

ପାଖେଇ ଆସୁଛି ପ୍ରେମ ସପ୍ତାହ : ପ୍ରେମିକ ପ୍ରେମିକାମାନେ ସତର୍କ ରୁହନ୍ତୁ

  • ସୁଶ୍ରୀ ସ୍ନେହଲତା

ପାଖେଇ ଆସୁଛି ପ୍ରେମ ସପ୍ତାହ । ସାରା ବିଶ୍ୱରେ ଆସନ୍ତା ଫେବୃଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରତିବର୍ଷ ପ୍ରେମ ସପ୍ତାହ ପାଳନ ହୋଇଥାଏ । ଏହି ସମୟରେ ପ୍ରେମିକ ପ୍ରେମିକାମାନେ ବିଶେଷ ସତର୍କ ରହିବା ଉଚିତ ।

୧. ଯାହାଙ୍କ ସହ ସାରା ଜୀବନ କଟାଇବା ପାଇଁ ପ୍ରେମ ସଂପର୍କ ସ୍ଥାପନ କରିଛନ୍ତି, ତାଙ୍କ ହାବଭାବ, ଚାଲିଚଳନ ଉପରେ ଠିକ୍‌ ନଜର୍‌ ରଖିବା ଏକାନ୍ତ ଆବଶ୍ୟକ ।
୨. ପ୍ରେମ ଦେହ ସର୍ବସ୍ୱ ନୁହେଁ । ମନକୁ ମନ ଯଦି ମିଶୁଛି, ତେବେ ପ୍ରେମକୁ ବଢ଼ିବାକୁ ଦିଅନ୍ତୁ ।
୩. କେବଳ ଭାବ ପ୍ରବଣତାରେ ପ୍ରେମ ବଂଚେ ନାହିଁ । ବାସ୍ତବତାକୁ ବି ଆଖି ଆଗରେ ରଖନ୍ତୁ ।
୪. ପ୍ରେମରେ ପଡ଼ି ନିଜର ଏମିତି କିଛି କ୍ଷତି କରନ୍ତୁ ନାହିଁ, ଯେଉଁଥି ପାଇଁ ସାରା ଜୀବନ ପଶ୍ଚାତାପ କରିବାକୁ ହେବ ।
୫. ନିଜ ସାଥୀ ସହ ଖୋଲାଖୋଲି କଥାବାର୍ତ୍ତା କରନ୍ତୁ । ପ୍ରତିଟି ଘଟଣା ଦୁର୍ଘଟଣାରେ ଦୁହେଁ ଦୁହିଁଙ୍କ ସାଥୀ ହୋଇ ରହିପାରିଲେ ପ୍ରେମ ବଂଚି ରୁହେ ।

Leave A Reply

Your email address will not be published.