୮ ମାସର ଶିଶୁପୁତ୍ରକୁ ବାଡେଇଲା ଆୟା, ବ୍ରେନ୍‌ ହେମ୍‌ରେଜ୍‌ ହେବାରୁ ଶିଶୁପୁତ୍ର ଆଇସିୟୁରେ ଭର୍ତ୍ତି

ସୁରତ : ଗୁଜୁରାଟର ସୁରତ ସହରରେ ଜଣେ ଆୟା ୮ ମାସର ଶିଶୁପୁତ୍ରକୁ ମାଡ ମାରିବା ପରେ ବ୍ରେନ୍‌ ହେମ୍‌ରେଜ୍‌ ହେବାରୁ ଶିଶୁପୁତ୍ରକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାର ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ବେଳେ ଆଜି ପୋଲିସ ଏହି ସୂଚନା ଦେଇଛି । ମହିଳା ଜଣକ କୋମଲ ଟାଣ୍ଡେଲକର ବୋଲି ଜଣାପଡିଛି । ଶିଶୁଟିକୁ ହତ୍ୟା ଉଦ୍ୟମ ଅଭିଯୋଗରେ ମହିଳାକୁ ଗିରଫ କରାଯାଇଛି ।

ରାନେ୍‌ନ୍ଦର ପୋଲିସ୍ ଷ୍ଟେସନ୍ ଇନ୍ସପେକ୍ଟର ପି.ଏଲ୍‌. ଚୌଧୁରୀ କହିଛନ୍ତି ଯେ, ସହରର ଏକ ଘରୋଇ ହସ୍‌ପିଟାଲ୍‌ର ଡାକ୍ତରଙ୍କ ଅନୁଯାୟୀ ଶିଶୁର ମସ୍ତିଷ୍କରେ ରକ୍ତସ୍ରାବ ହୋଇଛି । ଏହି ଆଠ ମାସର ଶିଶୁ କାମ କରୁଥିବା ଦମ୍ପତିଙ୍କ ଯାଆଁଳା ମଧ୍ୟରୁ ଜଣେ । ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଏସିପି (ଜି-ଡିଭିଜନ୍) ଜେଡ଼୍‌.ଆର. ଦେଶାଇ କହିଛନ୍ତି ଯେ, ସିସିଟିଭି ଫୁଟେଜ ଆଧାରରେ ମହିଳା ଟାଣ୍ଡେଲକର ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି । ସିସିଟିଭି ଫୁଟେଜ୍‌ରେ ସେ ପିଲାଟିକୁ କୋଳରେ ଧରି ବାଡେଇବା, କାନକୁ ଧରି ଟାଣିବା ସହ ବାରମ୍ବାର ଖଟ ଉପରେ ଶିଶୁଟିକୁ ଫୋପାଡୁଥିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.

two × one =

error: Content is protected !!